ଅନ୍‌ଲାଇନ୍‌ରେ ଦୁଇଚକିଆ ଗାଡ଼ି ବୀମା‌ ବିକ୍ରି ବଢ଼ୁଛି:ସର୍ଭେ

ଭୁବନେଶ୍ବର: ପଲିସି ବଜାର ଡଟ୍ କମ୍ ପକ୍ଷରୁ ୧୦ ଲକ୍ଷରୁ ଅଧିକ ଗ୍ରାହକଙ୍କୁ ନେଇ କରାଯାଇଥିବା ଏକ ସର୍ଭେରୁ ଜଣାପଡ଼ିଛି ଯେ, ଅନ୍‌ଲାଇନ୍‌ରେ ଦୁଇଚକିଆ ଗାଡ଼ିର ବୀମା ବିକ୍ରି ବଢ଼ିଛି। ଅନ୍‌ଲାଇନ୍‌ରେ ଦୁଇଚକିଆ ଗାଡ଼ି ବୀମାର ପୁନଃ ନବୀକରଣ ଉପରେ ଗ୍ରାହକମାନେ ଗୁରୁତ୍ବ ଦେଉଛନ୍ତି। ମୋଟ ଦୁଇଚକିଆ ଗାଡ଼ି ବୀମାର ୬୦% ଅନ୍‌ଲାଇନ୍‌ ଜରିଆରେ ନବୀକରଣ କରାଯାଉଛି। ପ୍ରତି ୧୦ ଦୁଇଚକିଆ ଗ୍ରାହକଙ୍କ ମଧ୍ୟରୁ ୬ ଜଣ ଅନଲାଇନ୍‌ରେ ବୀମା କିଣିବାକୁ ପସନ୍ଦ କରୁଥିବା ଏହି ସର୍ଭେରୁ ଜଣାପଡ଼ିଛି। ଏ ସମ୍ପର୍କରେ ପଲିସି ବଜାର ଡଟ୍‌ କମ୍‌ର ଯୋଗାଯୋଗ ମୁଖ୍ୟ ଅମନ୍‌ ଢଲ୍‌ କହିଛନ୍ତି ଯେ, ଆମ ଦେଶରେ ୭୫% ଦୁଇଚକିଆ ଯାନର ବୀମା ନାହିଁ। ସେଭଳି ଏକ ସମୟରେ ଡିଜିଟାଲ୍ ମାଧ୍ୟମରେ ଏହି ଗାଡ଼ିଗୁଡ଼ିକର ବୀମା ବିକ୍ରି ବଢ଼ୁଥିବା ନିଶ୍ଚିତପକ୍ଷେ ଉତ୍ସାହଜନକ ବିଷୟ। ସର୍ଭେରେ ଭାଗ ନେଇଥିବା ୮୬% ଲୋକ କହିଛନ୍ତି ଯେ ସେମାନେ ଗାଡ଼ି ବୀମାର ନବୀକରଣ ବେଳେ ବ୍ୟାପକ ସୁବିଧା ଥିବା ବୀମା‌ ଖରିଦ କରୁଛନ୍ତି।

ସମ୍ବନ୍ଧିତ ଖବର