ଆସନ୍ତା କାଲିଠାରୁ ଭାରତୀୟ ବଜାରରେ ମିଳିବ ଇନଫିନିକ୍ସର ନୋଟ୍‌-୫ ସ୍ମାର୍ଟଫୋନ୍‌

ନୂଆଦିଲ୍ଲୀ  : ଅନ୍‌ଲାଇନ୍‌ ସ୍ମାର୍ଟଫୋନ୍‌ ବ୍ରାଣ୍ଡ୍‌ ଟ୍ରାନ୍ସିଅନ ହୋଲଡିଂର ସ୍ମାର୍ଟଫୋନ୍‌ ବ୍ରାଣ୍ଡ୍‌ ଇନଫିନିକ୍ସ ପକ୍ଷରୁ ନୋଟ୍‌-୫ ଷ୍ଟାଇଲସ୍‌ ଆଣ୍ଡ୍ରଏଡ୍‌ ସ୍ମାର୍ଟଫୋନ୍‌ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଏହାର ମୂଲ୍ୟ ୧୫,୯୯୯ ଟଙ୍କା  ରହିଛି। ଏଥିରେ ଆଣ୍ଡ୍ରଏଡ୍‌ ଓଏସ୍‌, ଏଆଇ ପାୱାର, ଗୁଗୁଲ୍‌ ଲେନ୍ସ୍‌, ଏବଂ ଗୁଗୁଲ ଆସିଷ୍ଟାନ୍ସ୍‌ ସୁରକ୍ଷା ବ୍ୟବସ୍ଥା ରହିଛି। ଏହା ୪ଜିବି ରାମ୍‌ ଏବଂ ୬୪ ଜିବି ଷ୍ଟୋରେଜ୍‌ କ୍ଷମତା ରହିଛି। ଏହା ବୋର୍ଡେକ୍ସ୍‌ ରେଡ୍‌ ଏବଂ ଚାର୍କୋଲ ବ୍ଲୁ ଆଦି ଦୁଇଟି ରଙ୍ଗରେ ଫ୍ଲିପ୍‌ କାର୍ଟରେ ଡିସେମ୍ବର ୪ ତାରିଖଠାରୁ ଉପଲବ୍ଧ ହେବ। ଏଥିରେ ବିକଶିତ ଏକ୍ସ ପେନ୍‌ ସୁବିଧା ରହିଛି ।  ଏଥିରେ ଆଣ୍ଡ୍ରଏଡ୍‌ ଓରିଓ ୮.୧ ଓଏସ୍‌, ଏଆଇ ପାୱାରଡ୍‌ ଗୁଗୁଲ ଲେନ୍ସ୍‌ ଏବଂ ଗୁଗୁଲ ଆସିଷ୍ଟାନ୍ସ୍‌ ରହିଛି।  ଏହାର ଗୁଗୁଲ୍‌ ଫଟୋ ଦ୍ୱାରା ମାଗଣାରେ ଫଟୋ ଓ ଭିଡ଼ିଓ ଶେୟାର କରି ହୋଇଥାଏ। ଗୁଗୁଲ୍‌ ଲେନ୍ସ ମାଧ୍ୟମରେ ଫଟୋ ଉଠାଇବା ସମୟରେ ଅନେକ ସୁବିଧା ହୋଇଥାଏ। ଏହାର ଦୀର୍ଘ ବ୍ୟାଟେରୀ ଲାଇଫ୍‌ ରହିଛି। ଏଥିରେ ୪୦୦୦ଏମଏଏଚ୍‌ ବ୍ୟାଟେରୀ ଅଛି।  ଏଥିରେ ୫.୯୩ ଇଞ୍ଚ ଏଫ୍‌ଏଚ୍‌ଡି ପ୍ଲସ୍‌  ଡିସପ୍ଲେ  ସହିତ ୧୯.୯ ଫୁଲ୍‌ ଭିୟୁ, ୫୦୦ ନିଟ୍‌ ସ୍କ୍ରିନ୍‌ ବ୍ରାଇଟ୍‌ ନେସ୍‌  ରହିଛି । ଏଥିରେ ୨.୫ ଡି କର୍ଭଡ୍‌ ଏଡଜ, ୮୫% ସ୍କ୍ରିନ୍‌-ବଡି ଅନୁପାତ ରହିଛି । ଏଥିରେ ୧୬ ଏମ୍‌ପି ପଛ କ୍ୟାମେରା , ଡୁଆଲ୍‌ ଫ୍ଲାଶ୍‌, ଏଫ୍‌/୧.୮ ଆପରେଚର୍‌, ନର୍ମାଲ, ବିୟୁଟି, ପୋଟ୍ରେଟ୍‌, ପ୍ରଫେସନାଲ୍‌, ପାନୋରମା, ନାଇଟ୍‌ ଏବଂ ଟାଇମ୍‌ ଲ୍ୟାପସ ମୋଡ୍‌ ଆଦିି ସୁଟିଂ ମୋଡ୍‌ ରହିଛି। ଏହା ସହିତ ଏଥିରେ ୧୬ ଏମ୍‌ପି ସେଲଫି କ୍ୟାମେରା, ୨୫୫ ଫେସିଆଲ୍‌ ପଏଣ୍ଟ ଡିଟେକସନ୍‌, ଏଆଇ ବୋଖେ ଆଦି ବୈଶିଷ୍ଟ୍ୟ ରହିଛି।

ସମ୍ବନ୍ଧିତ ଖବର