ଏହି ବ୍ୟକ୍ତି ଆଇଆରସିଟିସି େଓ୍ଵବସାଇଟ୍‌ରୁ ଅର୍ଡର କଲେ ୧ଟଙ୍କାରେ କଢ଼ାଇ ଚିକେନ୍‌ ଓ ୬ଟଙ୍କାରେ ବଟର ନାନ୍‌ !

ଅହମ୍ମଦାବାଦ: ଏକ ଟଙ୍କାରେ କଢ଼ାଇ ଚିକେନ୍‌ ଓ ବଟର ନାନ୍‌ ୬ଟଙ୍କାରେ ଆଇଆରସିଟିସି େଓ୍ଵବସାଇଟ୍‌ରୁ ଅର୍ଡର କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ଏହି ଖବର ଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚିୟ କିନ୍ତୁ ଘଟଣାଟି ସତ। ଅହମ୍ମଦାବାଦରେ ବସବାସ କରୁଥିବା ୨୨ବର୍ଷର କନିଷ୍କ ସଜନାନି ଆଇଆରସିଟିସିର େଓ୍ଵବସାଇଟରୁ ମୁମ୍ବାଇ ଯାତ୍ରା କରୁଥିବା ସମୟରେ ମହଙ୍ଗା ଭୋଜନ ଅର୍ଡର କରିଥିଲେ। ଆଶ୍ଚର୍ଯ୍ୟର କଥା ହେଉଛି େଓ୍ଵବସାଇଟ୍‌ର ବୈଷୟିକ ତ୍ରୁଟି ଥିବା ସମ୍ପର୍କରେ ସୂଚନା ଦେବା ପରେ ବି ଅଧିକାରୀ ସାତ ମାସ ପର୍ଯ୍ୟନ୍ତ ଏହାକୁ ଠିକ୍‌ କରି ନ ଥିଲେ ବୋଲି କନିଷ୍କ କହିଥିଲେ।

ସୂଚନାଯୋଗ୍ୟ, କନିଷ୍କ ଜଣେ ଏଥିକାଲ ହ୍ୟାକ୍‌ର। ଏଥିକାଲ ହ୍ୟାକର୍ସଙ୍କ ସାହାଯ୍ୟ ସାଇବର କ୍ରାଇମ ମାମଲାର ସମାଧାନ କରିବା ପାଇଁ ନିଆଯାଇଥାଏ। ଗତବର୍ଷ ଜୁନ୍‌ ମାସରେ କନିଷ୍କଙ୍କୁ ଯେତେବେଳେ ଜଣାପଡ଼ିଲା କି ସେ ଆଇଆରସିଟିସିର େଓ୍ଵବସାଇଟ୍‌ରେ ମଗଣାରେ ଖାଦ୍ୟ ଅର୍ଡର କରି ପାରିବେ ସେ ତୁରନ୍ତ ଆଇଆରସିଟିସିର ଅଧ୍ୟକ୍ଷଙ୍କୁ ଏ ସମ୍ପର୍କରେ ଅବଗତ କରାଇଥିଲେ। କେବଳ ଏତିକି ନୁହେଁ, ଜୁନ୍‌ରେ ତତ୍କାଳୀନ ରେଳମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଏହି ସମ୍ବନ୍ଧରେ ଇ-ମେଲ ବି କରିଥିଲେ। କିନ୍ତୁ କିଛି ଜବାବ ମିଳି ନଥିଲା। ସେ ପ୍ରମାଣ ଏକଜୁଟ କରିବା ପାଇଁ ସିଷ୍ଟମକୁ ହ୍ୟାକ୍‌ କରି ୨୦୧୭ ମସିହା ୨୨ଜୁନ୍‌ରେ ଅହମ୍ମଦାବାଦରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରୁଥିବା ସମୟରେ କଢ଼ାଇ ଚିକେନ୍‌ ଓ ବଟର ନାନ୍‌ ଅର୍ଡର କରିଥିଲେ।

କନିଷ୍କଙ୍କ କହିବାନୁସାରେ,‘ମୁଁ ୧୬୩ଟଙ୍କାର କଢ଼ାଇ ଚିକେନ୍‌ ପାଇଁ ୧.୦୨ଟଙ୍କା ମୋବିକ୍ୱିକ୍‌ ଓ୍ଵାଲେଟ ଜରିଆରେ ଏବଂ ୬୮ଟଙ୍କାର ବଟର ନାନ୍‌ ପାଇଁ ୬ଟଙ୍କା ପେଟିଏମ୍‌ ଜରିଆରେ ପୈଠ କରିଥିଲି।’

ଏହି ସୂଚନାକୁ ଏଯାବତ୍‌ ସାମ୍ନାକୁ ଅଣାଯାଇ ନ ଥିଲା କାରଣ ସେ ଆଇଆରସିଟିସି ଅଧିକାରୀ ଏହି ତ୍ରୁଟିକୁ ନେଇ କିଭଳି ଆକସନ୍‌ ନେଉଛନ୍ତି ତାହା ପ୍ରତୀକ୍ଷା କରିଥିଲେ। କାରଣ ଏହା ଭୁଲ ଦିଗରେ ବ୍ୟବହାର କରା ନ ଯାଉ ତାହା ହିଁ କନିଷ୍କଙ୍କ ଉଦ୍ଦେଶ୍ୟ ଥିଲା। ଆଇଆରସିଟିସିର ଅଧିକାରୀଙ୍କୁ ତାଙ୍କର ଅନ୍ୟ ଦୁଇ େଓ୍ଵବସାଇଟରେ ତ୍ରୁଟି ଥିବା ସମ୍ପର୍କରେ ବି ସୂଚିତ କରିଥିଲେ କନିଷ୍କ।

ଆଇଆରସିଟିସି ଦ୍ୱାରା ୨୦୧୮ ଫେବ୍ରୁଆରି ୩ ତାରିଖରେ ଏହି ତ୍ରୁଟିକୁ ଠିକ୍‌ କରାଯାଇଥିଲା। କନିଷ୍କ ମାଗଣାରେ ଅର୍ଡର କରିଥିବା ଖାଦ୍ୟକୁ ନିଜେ ନଖାଇ ମୁମ୍ବାଇ ସେଣ୍ଟ୍ରାଲ ଷ୍ଟେସନ୍‌ରେ ଥିବା ଦୁଇ ଗରିବଙ୍କୁ ଏହି ଖାଦ୍ୟ ଦେଇଥିଲେ।

ସମ୍ବନ୍ଧିତ ଖବର