ରିଲାଏନ୍ସ ଜିଓ ଆଣିଲା ୫୯୪ ଓ ୨୯୭ଟଙ୍କାର ଦୀର୍ଘ ଭେଲିଡିଟି ଥିବା ନୂଆ ପ୍ଲାନ୍‌, ଗ୍ରାହକଙ୍କୁ ମିଳିବ ଏହି ଫାଇଦା

ନୂଆଦିଲ୍ଲୀ: ମୁକେଶ ଆମ୍ବାନୀଙ୍କ କମ୍ପାନି ରିଲାଏନ୍ସ ଜିଓ ନିଜର ଜିଓ ବ୍ୟବହାରକାରୀଙ୍କ ପାଇଁ ଦୀର୍ଘ ଭେଲିଡିଟି ଥିବା ଦୁଇଟି ନୂଆ ପ୍ଲାନ୍‌ ଲଞ୍ଚ କରଛି। ଟେଲିକମ୍‌ ଅପରେଟର ୫୯୪ ଟଙ୍କା ଓ ୨୯୭ ଟଙ୍କାର ପ୍ଲାନ୍ସ ଥିବା ଦୀର୍ଘ ଭେଲିଡିଟିର ରିଚାର୍ଜ କରୁଥିବା ବ୍ୟବହାରକାରୀଙ୍କ ପାଇଁ ଲଞ୍ଚ କରଛି। ଏହାପୂର୍ବରୁ ଜିଓ ୧,୬୯୯ଟଙ୍କାର ଏକ ଆନୁଆଲ ପ୍ଲାନ୍‌ ଇଣ୍ଟରଡ୍ୟୁସ୍‌ କରିଥିଲା। ଯାହା ସମସ୍ତ ବ୍ୟବହାରକାରୀଙ୍କ ପାଇଁ ଥିଲା। ବର୍ତ୍ତମାନ୍‌ ୫୯୪ ଓ ୨୯୭ ଟଙ୍କାର ପ୍ଲାନ୍‌ ଜିଓଫୋନ୍‌ ବ୍ୟବହାରକାରୀଙ୍କ ପାଇଁ ରହିଛି।

୫୯୪ଟଙ୍କାର ପ୍ଲାନ୍‌ର ବୈଧତା ୧୬୮ ଦିନର ରହିଛି। ଏଥିରେ ଜିଓଫୋନ୍‌ ବ୍ୟବହାରକାରୀଙ୍କୁ ଅସମୀମିତ ଲୋକାଲ୍‌ ଓ ଏସ୍‌ଟିଡି କଲ ବି ମିଳିବ। ଏଥିସହିତ ଅସୀମିତ ଡାଟା ବି ମିଳିବ। ପ୍ରତିଦିନ ଗ୍ରାହକ ଅର୍ଥାତ୍‌ ୦.୫ଜିବିର ଫାଇଦା ଉଠାଇ ପାରିବେ। ଏହି ଲିମିଟ ଶେଷ ହୋଇଗଲେ ଡାଟା ସ୍ପିଡ୍‌ ୬୪କେବିପିଏସ୍‌ ହୋଇଯିବ। ଏଥିସହିତ ବ୍ୟବହାରକାରୀଙ୍କୁ ଜିଓ ସୁଟ ଆପ୍‌ ଓ ପ୍ରତି ମାସରେ ୩୦୦ ଏସ୍‌ଏମଏସ୍‌ ମିଳିବ।

ସେହିପରି ଅନ୍ୟ ଏକ ପ୍ଲାନ୍‌ ୨୯୭ର ଭେଲିଡିଟି ୮୪ଦିନ ପର୍ଯ୍ୟନ୍ତ ରହିଛି। ଏଥିରେ ବି ଜିଓଫୋନ୍‌ ବ୍ୟବହାରକାରୀଙ୍କୁ ଅସୀମିତ ଲୋକାଲ ଓ ଏସ୍‌ଟିଡି କଲିଂ ମିଳବ। ଏହି ପ୍ଲାନ୍‌ରେ ବି ଡେଲି ଡାଟା ଲିମିଟ ୦.୫ଜିବି ରହିଛି। ଏହି ସ୍ପିଡ୍‌ ଶେଷ ହୋଇଗଲେ ଡାଟା ସ୍ପିଡ୍‌ ୬୪କେବିପିଏସ୍‌ ହୋଇଯିବ। ଏଥିସହିତ ଜିଓ ଆପ୍‌ର ଆକ୍‌ସେସ୍‌ ବି ରହିବ ଓ ପ୍ରତି ମାସରେ ୩୦୦ଏସ୍‌ଏମ୍‌ଏସ୍‌ ମିଳିବ।

ସମ୍ବନ୍ଧିତ ଖବର