ଏମ୍‌ଜି ମୋଟରର ନୂଆ ‘ଜେଡ୍‌ଏସ୍‌ଇଭି’ ୨୦୨୧: ଦେଶର ପ୍ରଥମ ଇଲେକ୍ଟ୍ରିକ୍ ଇଣ୍ଟରନେଟ୍ ଏସ୍‌ୟୁଭି

ଦାମ୍ ୨୦.୯୯ ଲକ୍ଷ ଟଙ୍କା, ୫ ବର୍ଷର ଅସୀମିତ କିମି ନିଶୁଳ୍କ ୱାରେଣ୍ଟି

ଭୁବନେଶ୍ବର: ଏମ୍‌ଜି ମୋଟରର ଇଲେକ୍ଟ୍ରିକ୍ ଇଣ୍ଟରନେଟ୍ ଏସ୍‌ୟୁଭି ‘ଜେଡ୍‌ଏସ୍‌ଇଭି ୨୦୨୧’କୁ ପାହାଳସ୍ଥିତ ଏମ୍‌ଜି ଭୁବନେଶ୍ବର ସୋ’ରୁମ୍‌ରେ ଆଜି ଉନ୍ମୋଚନ କରାଯାଇଛି। ଓଲିଉଡ୍‌ର ଚର୍ଚ୍ଚିତ ଦମ୍ପତି ସବ୍ୟସାଚ୍ଚୀ ଓ ଅର୍ଚ୍ଚିତା ଏହାକୁ ଉନ୍ମୋଚନ କରିଛନ୍ତି। ନୂଆ ଜେଏସ୍‌ଇଭିର ଏକ୍ସ ସୋ’ରୁମ୍ ଦାମ୍ ୨୦.୯୯ ଲକ୍ଷ ଟଙ୍କା ରହିଛି। ଭୁବନେଶ୍ବର ସମେତ ଦେଶର ୩୧ଟି ସହରରେ ଏହାର ବୁକିଙ୍ଗ ଆରମ୍ଭ ହୋଇଛି। ଜେଡ୍‌ଏସ୍‌ଇଭିରେ ରହିଛି ୪୪.୫ କେଡବ୍ଲୁଏଚ୍‌ ହାଇଟେକ୍ ବ୍ୟାଟେରି ଯାହାର ସାର୍ଟିଫାଏଡ୍‌ ରେଞ୍ଜ୍‌ ହେଉଛି ୪୧୯ କିଲୋମିଟର। ଏଥିରେ ୨୧୫/୫୫/ଆର୍‌୧୭ ଟାୟାର ରହିଥିବା ବେଳେ ଗ୍ରାଣ୍ଡ୍‌ କ୍ଲିୟରାନ୍ସକୁ ଯଥାକ୍ରମେ ୧୭୭ ଏମ୍‌ଏମ୍‌ ଓ ୨୦୫ ଏମ୍‌ଏମ୍‌କୁ ବୃଦ୍ଧି କରାଯାଇଛି। ଏହି ଏସ୍‌ୟୁଭି ଘଣ୍ଟା ପିଛା ୧୦୦ କିମି ବେଗରେ ଗତି କରିବାକୁ ମାତ୍ର ୮.୫ ସେକେଣ୍ଡ୍‌ରେ ପ୍ରସ୍ତୁତ ହୋଇଯିବ। ଏକ୍ସାଇଟ୍ ଓ ଏକ୍ସକ୍ଲୁସିଭ୍ ଭଳି ଦୁଇଟି ଭାରିଆଣ୍ଟ୍‌ରେ ଏହା ଉପଲବ୍ଧ ହୋଇଛି। ପାନୋରାମିକ୍ ସନ୍‌ରୁଫ୍‌, ୧୭ ଇଞ୍ଚ୍‌ ହୀରା ଭଳି କଟା ହୋଇଥିବା ଆଲଏ ହ୍ବିଲ୍, ପିଏମ୍‌ ୨.୫ ଫିଲ୍‌ଟର ଏବଂ ଆହୁରି ଅନେକ ପ୍ରକାରର ସୁବିଧା ଏଥିରେ ରହିଛି।

ଏହି ଅବସରରେ ଏମ୍‌ଜି ଭୁବନେଶ୍ବରର ପରିଚାଳନା ନିର୍ଦେଶକ ଅବିନାଶ ସାମଲ କହିଛନ୍ତି ଯେ ଏକ ବର୍ଷରୁ କମ୍ ସମୟ ଭିତରେ ଜେଡ୍‌ଏସ୍‌ଇଭିକୁ ଉନ୍ମୋଚନ କରି ଆମେ ଗର୍ବିତ। ଆମର ସହଯୋଗୀମାନଙ୍କ ସହ ମିଶି ଆମେ ଭୁବନେଶ୍ବର ଓ କଟକରେ ସୁଦୃଢ଼ ଚାର୍ଜିଂ ଭିତ୍ତିଭୂମି ବିକଶିତ କରିବୁ ବୋଲି ସେ କହିଛନ୍ତି। ଜେଡ୍‌ଏସ୍‌ଇଭି ୨୦୨୧ର ଉନ୍ମୋଚନ ଅବସରରେ ‘ଚେଞ୍ଜ୍‌ ହ୍ବାଟ୍ ୟୁ ୱାଣ୍ଟ୍‌’ ନାମରେ ଏକ ଭାବ ବିନିମୟ ଅଧିବେଶନ ଆୟୋଜନ କରାଯାଇଥିଲା। ଏମ୍‌ଜି ଇଣ୍ଡିଆର ଆର୍‌ଏସ୍‌ଏମ୍‌-ଇଷ୍ଟ୍‌ ନୁପୂର ଜୈନଙ୍କ ଦ୍ବାରା ପରିଚାଳିତ ହୋଇଥିବା ଏହି ଅଧିବେଶନରେ କର୍ପୋରେଟ୍ ଜଗତର ଚର୍ଚ୍ଚିତ ଚେହେରା ଯଥା ସମ୍ବାଦ ଗ୍ରୁପ୍‌ର ପରିଚାଳନା ନିର୍ଦେଶିକା ତନୟା ପଟ୍ଟନାୟକ, ସୋଫିୟା ଫିର୍‌ଦୋସ୍ ଓ ମୈରାଜୁଲ୍ ହକ୍ ଅଂଶଗ୍ରହଣ କରିଥିଲେ। ଏଥିରେ ଏମ୍ପ୍ରେଓ ଗ୍ରୁପ୍‌ର ଗ୍ରୁପ୍ ଅଧ୍ୟକ୍ଷ ଗଙ୍ଗାଧର ସାମଲ ମଧ୍ୟ ଅଂଶଗ୍ରହଣ କରିଥିଲେ।
ଏହି ଅବସରରେ ଇକୋ ଟ୍ରି ଚ୍ୟାଲେଞ୍ଜ୍‌ ବିଷୟରେ ମଧ୍ୟ ଘୋଷଣା କରାଯାଇଥିଲା। ନୂଆ ଜେଡ୍‌ଏସ୍‌ଇଭି ଉପରେ ଅସୀମିତ କିମି ପାଇଁ ପାଂଚ ବର୍ଷର ନିଶୁଳ୍କ ୱାରେଣ୍ଟି, ବ୍ୟାଟେରି ପ୍ୟାକ୍ ସିଷ୍ଟମ୍ ଉପରେ ୯ ବର୍ଷ/୧.୫ ଳକ୍ଷ କିମିର ୱାରେଣ୍ଟି ଆଦି ସୁବିଧା ମିଳିବ।

ସମ୍ବନ୍ଧିତ ଖବର