ମୋଟୋରୋଲାର ନୂଆ ମୋଟା ଜି୬
ଭୁବନେଶ୍ୱର: ମେଟୋରୋଲା ପକ୍ଷରୁ ନୂଆ ମୋଟୋ ଜି୬ ଓ ଜି୬ ପ୍ଲେକୁ ଉନ୍ମୋଚନ କରାଯାଇଛି। ଏହି ଦୁଇ ଫୋନ୍ର ପ୍ରାରମ୍ଭିକ ମୂଲ୍ୟ ଯଥାକ୍ରମେ ୧୩,୯୯୯ ଟଙ୍କା ଓ ୧୧,୯୯୯ ଟଙ୍କା ରହିଛି। ମୋଟୋ ଜି୬ରେ ୫.୭ ଇଞ୍ଚ ଡିସ୍ପ୍ଲେ, ଉତ୍କଷ୍ଟ କ୍ୟାମେରା ଓ ଫିଙ୍ଗରପ୍ରିଣ୍ଟ୍ ରିଡର୍ ରହିଛି। ମୋଟୋ ଜି୬ ପ୍ଲେରେ ରହିଛି ୪୦୦୦ ଏମ୍ଏଏଚ ୍ବ୍ୟାଟେରି ଯାହାକୁ ଥରେ ଚାର୍ଜ କଲେ ୩୬ ଘଣ୍ଟା ପର୍ଯ୍ୟନ୍ତ କାମ କରିବ। ଏହି ଦୁଇ ଫୋନ୍କୁ ଗ୍ରାହକମାନେ ଫ୍ଲିପ୍କାର୍ଟ ଓ ମୋଟୋ ହବ୍ରୁ କିଣିପାରିବେ।