ଆଜି ପବିତ୍ର ଦୀପାବଳି ଅବସରେର ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ହେବ ସ୍ୱତନ୍ତ୍ର ମୁହୁରତ ଟ୍ରେଡିଂ, ଏହା କ’ଣ ଜାଣନ୍ତୁ

ମୁମ୍ବାଇ : ଆଜି ହେଉଛି ଦୀପାବଳି । ଆଜି ଦିନଟିକୁ ଭାରତର ପ୍ରାୟ ସବୁପ୍ରାନ୍ତରେ ଅତ୍ୟନ୍ତ ଶୁଭ ଦିନ ଭାବେ ମନେକରାଯାଏ । ଦେଶର ବ୍ୟବସାୟିକ ସଂପ୍ରଦାୟ ଏହି ଦିନ ଲକ୍ଷ୍ମୀ ପୂଜା କରିଥାନ୍ତି । ଆମ ଦେଶର ବ୍ୟବସାୟିକ ରାଜଧାନୀ ମୁମ୍ବାଇରେ ଏହାର ମହତ୍ତ୍ୱ ଅଧିକ । ଦୀପାବଳି ଦିନ ଭାରତର ପ୍ରମୁଖ ଷ୍ଟକ ଏକ୍ସଚେଞ୍ଜ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜରେ ସ୍ୱତନ୍ତ୍ର ଭାବେ ଏକ ଘଣ୍ଟା ପାଇଁ ଟ୍ରେଡିଂ ଅନୁଷ୍ଠିତ ହୋଇଥାଏ । ଏହାକୁ ମୁହୁରତ ଟ୍ରେଡିଂ ବୋଲି କୁହାଯାଏ ।

ଏହି ସମୟରେ ଟ୍ରେଡିଂ କଲେ ବର୍ଷ ତମାମ ମହାଲକ୍ଷ୍ମୀଙ୍କ କୃପା ରହେ ଓ ସେୟାର ବ୍ୟବସାୟ ଭଲ ରହେ ବୋଲି ବିଶ୍ୱାସ ରହିଛି । ଆଜି ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ସଂଧ୍ୟା ୬ଟା ୮ ମିନିଟରୁ ଏହି ମୁହୁରତ ଟ୍ରେଡିଂ ଆରମ୍ଭ ହୋଇ ୭ଟା ୧୫ ପର୍ଯ୍ୟନ୍ତ ଚାଲିବ । ଏଥିପାଇଁ ଷ୍ଟକ ଏକ୍ସଚେଞ୍ଜ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଗତ ବର୍ଷ ମୁହୁରତ ଟ୍ରେଡିଂ ସମୟରେ ସେନସେକ୍ସ ୪୩୦୬ ପଏଣ୍ଟ ଓ ନିଫଟୀ ୧୧୩୧ ପଏଣ୍ଟ ବୃଦ୍ଧି ପାଇଥିଲା । ଆଜି ମଧ୍ୟ ସେନସେକ୍ସ ଓ ନିଫଟୀ ବଢିବା ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର