ନାଲକୋର ନୂଆ ରେକର୍ଡ : ପ୍ରଥମ ଥର ପାଇଁ ୯୬୦ଟି ପଟ୍ କାର୍ଯ୍ୟକ୍ଷମ

ଭୁବନେଶ୍ବର : ନାଲକୋ ଆଲୁମିନିୟମ ସ୍ମେଲଟିଂ କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ହାସଲ କରିଅଛି । କମ୍ପାନୀ ଅନୁଗୁଳଠାରେ ଅବସ୍ଥିତ ସ୍ମେଲଟର ପ୍ଲାଣ୍ଟରେ ଥିବା ସମସ୍ତ ୯୬୦ ପଟକୁ ସଫଳତାର ସହ କାର୍ଯ୍ୟକ୍ଷମ କରିପାରିଛି । ନାଲକୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀଧରପାତ୍ର, ଜାନୁଆରୀ ୧୨ ତାରିଖରେ ଭୁବନେଶ୍ୱରସ୍ଥିତ ନାଲକୋ ମୁଖ୍ୟ କାର୍ଯ୍ୟାଳୟଠାରେ ଭର୍ଚୁଆଲ ମାଧ୍ୟମରେ ୯୬୦ତମ ପଟକୁ ଆନୁଷ୍ଠାନିକଭାବରେ ଶୁଭାରମ୍ଭ କରିଥିଲେ । ଏହି ସଫଳତା ପାଇଁ ସେ ସମସ୍ତ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ବିଗତ ୪୧ ବର୍ଷର ଯାତ୍ରାମଧ୍ୟରେ କମ୍ପାନୀ ପ୍ରଥମଥର ପାଇଁ ଆଲୁମିନିୟମ ସ୍ମେଲଟର ପ୍ଲାଣ୍ଟରେ ଥିବା ୯୬୦ ପଟର ଶତ ପ୍ରତିଶତ କାର୍ଯ୍ୟକ୍ଷମତା ହାସଲ କରିଅଛି । ଉଲ୍ଲେଖଯୋଗ୍ୟ ଯେ,  ଓଡିଶାର ଅନୁଗୁଳଠାରେ ଅବସ୍ଥିତ ନାଲକୋ ସ୍ମେଲଟର ପ୍ଲାଣ୍ଟ ଏହାର ପରିବେଶ ଅନୁକୂଳ କାର୍ଯ୍ୟ ଏବଂ ଶୁଦ୍ଧ ଆଲୁମିନିୟମ୍ ଉତ୍ପାଦନ ପାଇଁ ପ୍ରତିଷ୍ଠା ଅର୍ଜନ କରିଅଛି । ନିକଟରେ କମ୍ପାନୀ ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଦ୍ୱାରା ୨୦୨୦-୨୧ ବର୍ଷ ପାଇଁ ଏକ୍ସଲେଣ୍ଟ୍ ଏଓୟୁ ରେଟିଙ୍ଗ୍ ହାସଲ କରିଅଛି।

 

ସମ୍ବନ୍ଧିତ ଖବର