ଷ୍ଟାର୍ଟ ଅପ ପ୍ରୋତ୍ସାହନ ପାଇଁ ନାଲକୋ-ଏନଆଇଟି ସ୍ଥାପନ କରିବେ ଇନକୁବେସନ ସେଣ୍ଟର

ଭୁବନେଶ୍ୱର : ଷ୍ଟାର୍ଟ ଅପ ଗୁଡ଼ିକୁ ପ୍ରେତ୍ସାହନ କରିବାକୁ ନାଲକୋ ଏନ୍ଆଇଟି, ରାଉରକେଲା ଏବଂ ଏନ୍ଆଇଟି ରାଉରକେଲା ଆଲୁମିନାଇ ଆସୋସିଏସନ୍ (ଏନ୍ଆଇଟିଆର୍ଏଏ) ସହ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହା ଅନୁଯାୟୀ ଏକ ସେଣ୍ଟର ଅଫ ଏକ୍ସଲେନ୍ସ ସ୍ଥାପନ କରାଯିବ । ଏହା ଟେକନଲୋଜୀ ଷ୍ଟାର୍ଟ ଅପ ଗୁଡ଼ିକୁ ପ୍ରେତ୍ସାହନ ଦେବ ।

ଏହି ଇନକୁବେସନ୍ ସେଣ୍ଟରଟି ଗୋଠପାଟଣା ସ୍ଥିତ ନାଲକୋର ରିସର୍ଚ୍ଚ୍ ଓ ଟ୍ରେନିଂ ସେଣ୍ଟର୍ ଠାରେ ସ୍ଥାପନ ହେବ, । ଏଠାରେ ନାଲକୋ ପକ୍ଷରୁ ଆଲୁମିନିୟମ୍ ଉଦ୍ୟୋଗର ଅଭିବୃଦ୍ଧି ଉଦ୍ଦେଶ୍ୟରେ ଏକ ବିଶ୍ୱସ୍ତରୀୟ ଗବେଷଣା ବ୍ୟବସ୍ଥା ସୃଷ୍ଟି କରାଯାଉଛି ।

ଏହି ନୂତନ ପଦକ୍ଷେପର ପ୍ରଶଂସା କରି କେନ୍ଦ୍ର ଖଣି ମନ୍ତ୍ରାଳୟର ଅତିରିକ୍ତ ସଚିବ ଡଃ କେ. ରାଜେଶ୍ୱର ରାଓ ନାଲକୋ, ଏନ୍ଆଇଟି, ରାଉରକେଲା ଏବଂ ଏନ୍ଆଇଟିଆର୍ଏଏ କୁ ନୂତନ ଚିନ୍ତାଧାରା ଏବଂ ଅଭିନବ କାର୍ଯ୍ୟଶୈଳୀର ସୃଷ୍ଟି ଦିଗରେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ ।  ଏହି ଅବସରରେ, ନାଲକୋ ପକ୍ଷରୁ ଏହାର ୫୦ ଜଣ କର୍ମଚାରୀଙ୍କୁ ‘ଉତ୍କର୍ଷତା ପୁରସ୍କାର’ ପ୍ରଦାନ କରାଯାଇଥିଲା । କର୍ମକ୍ଷେତ୍ରରେ ଉଚ୍ଚସ୍ତରର ପ୍ରଦର୍ଶନ, ବୃତ୍ତିଗତ ଉତ୍କର୍ଷତାକୁ ପ୍ରୋତ୍ସାହିତ କରିବା ଏହି ପୁରସ୍କାରର ଉଦ୍ଦେଶ୍ୟ ।

ସମ୍ବନ୍ଧିତ ଖବର