ମହିନ୍ଦ୍ରା ପକ୍ଷରୁ ନୂଆ ସୁପ୍ରୋ ପ୍ରଫିଟ୍ ଟ୍ରକ୍ 

ଭୁବନେଶ୍ୱର: ଭାରତର ଅଗ୍ରଣୀ ଅଟୋମୋବାଇଲ୍ କଂପାନି ତଥା ଦୁନିଆର ସର୍ବବୃହତ୍ ଟ୍ରାକ୍ଟର୍ ନିର୍ମାତା ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ପକ୍ଷରୁ ସୁପ୍ରୋ ପ୍ରଫିଟ୍ ଟ୍ରକର ନୂଆ ବର୍ଗମାଳାକୁ ଉନ୍ମୋଚନ କରାଯାଇଛି । ସୁପ୍ରୋ ପ୍ଲାଟଫର୍ମରେ ତିଆରି କରାଯାଇଥିବା ଏହି ଟ୍ରକଗୁଡ଼ିକ ସୁଲଭ ମୂଲ୍ୟର, ଅଧିକ ଶକ୍ତିଶାଳୀ ଓ ଅଧିକ ପେଲୋଡ୍ କ୍ଷମତା ସହ ଅଧିକ ମାଇଲେଜ୍ ପ୍ରଦାନ କରିବ, ଫଳରେ ଗ୍ରାହକଙ୍କୁ ଅଧିକ ଲାଭ ମିଳିବ । ସୁପ୍ରୋ ପ୍ରଫିଟ୍ ଟ୍ରକ୍ ମିନିର ଏକ୍ସ ସୋ’ରୁମ୍ ଦାମ୍ (ମୁମ୍ବାଇ) ୫.୪୦ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଥିବା ବେଳେ ସୁପ୍ରୋ ପ୍ରଫିଟ୍ ଟ୍ରକ୍ ମାକ୍ସିର ଦାମ୍ ୬.୨୨ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଛି ।

ସୁପ୍ରୋ ପ୍ରଫିଟ୍ ଟ୍ରକ୍ ଉପରେ ଆକର୍ଷଣୀୟ ଫାଇନାନ୍ସ ବିକଳ୍ପ ପ୍ରଦାନ କରାଯାଉଛି । ଗଆହକମାନେ ୫ ବର୍ଷ ପର୍ଯ୍ୟନ୍ତ ଅବଧିର ଋଣ ନେଇପାରିବେ ଏବଂ ଆଇଆର୍ଆର୍ ୧୨.୯୯%ରୁ ଆରମ୍ଭ ହେବ ଯାହା ଗ୍ରାହକଙ୍କ ଇଏମ୍ଆଇ କମ୍ ରଖିବାରେ ସହାୟକ ହେବ । ଗ୍ରାହକମାନେ ସୁପ୍ରୋ ପ୍ରଫିଟ୍ ଟ୍ରକରେ ୧୦୦% ପର୍ଯ୍ୟନ୍ତ ଋଣ ନେଇପାରିବେ ।
ସମ୍ବନ୍ଧିତ ଖବର