ସ୍ମାର୍ଟଫୋନ ପରେ ନୋକିଆ ଲଞ୍ଚ କଲା ସ୍ମାର୍ଟ ଟିଭି, ଜାଣନ୍ତୁ କେତେ ରହିଛି ମୂଲ୍ୟ

ମୁମ୍ବାଇ: ମୋବାଇଲ ଦୁନିଆରେ ଏକ ଜଣାଶୁଣା ଚେହେରା ଭାବେ ପରିଚିତ ନୋକିଆ ଏବେ ସ୍ମାର୍ଟ ଟିଭି ଦୁନିଆରେ ମଧ୍ୟ ପାଦ ଥାପିଛି | ଏହି କମ୍ପାନୀ ଭାରତରେ ଏହାର ପ୍ରଥମ ସ୍ମାର୍ଟ ଟିଭିକୁ ଲଞ୍ଚ କରିଛି | ଭାରତରେ କମ୍ପାନୀ ୪୧୯୯୯ ଟଙ୍କା ମୂଲ୍ୟରେ ଟିଭିକୁ ଲଞ୍ଚ କରିଥିବାବେଳେ ବର୍ତ୍ତମାନ ପାଇଁ ଅନଲାଇନରେ ଏହି ଟିଭି ମିଳିବ | ଅନଲାଇନରେ ଆପଣ ଫେଡ଼େରାଲ ବ୍ୟାଙ୍କ ଡେବିଟ କାର୍ଡ ମାଧ୍ୟମରେ କିଣିଲେ ୧୦ ପ୍ରତିଶତର ରିହାତି ମଧ୍ୟ ମିଳିବ |

ନୋକିଆର ଏହି ସ୍ମାର୍ଟ ଟିଭି ୫୫ ଇଞ୍ଚର ହୋଇଥିବାବେଳେ ୪କେ ଯୁଏଚଡ଼ି ସ୍କ୍ରିନ ରହିଛି | ସେହିପରି ଉତ୍ତମ ଶବ୍ଦ ପାଇଁ ଜେବିଏଲର ଅଡିଓ ଟେକ୍ନୋଲୋଜିର ବ୍ୟବହାର କରାଯାଇଛି | ଏହି ଟିଭିକୁ ଚଳାଇବା ପାଇଁ ନୋକିଆ ଏଥିରେ ଆଣ୍ଡ୍ରଏଡ଼ ୯.୦ ଟିଭି ଅପରେଟିଙ୍ଗ ସିଷ୍ଟମ ମଧ୍ୟ ଦେଇଛି | ଏହା ସହ ୧୬ ଜିବି ଷ୍ଟୋରେଜ କ୍ଷମତା ସହ କ୍ୱାଡ଼ କୋର ପ୍ରୋସେସର ମଧ୍ୟ ଦେଇଛି |

ଟିଭିରେ ୨.୨୫ ଜିବି ରାମ ସହ ୩ଟି ଏଚଡ଼ିଏମଆଇ ପୋର୍ଟ ସାଙ୍ଗକୁ ୨ଟି ୟୁଏସବି ପୋର୍ଟ ମଧ୍ୟ ଦିଆଯାଇଛି | ସେହିପରି ଟିଭିରେ ୱାଇଫାଇ, ବ୍ଲୁଟୁଥ ଭଳି ବୈଶିଷ୍ଟ୍ୟ ମଧ୍ୟ ଟିଭିରେ ରହିଛି | ୫୫ ଇଞ୍ଚର ଏହି ଟିଭିର ପ୍ରକୃତ ମୂଲ୍ୟ ୭୧ ହଜାର ଟଙ୍କା ହୋଇଥିବାବେଳେ ଭାରତରେ କିନ୍ତୁ ୪୧ ହଜାର ୯୯୯ ଟଙ୍କା ମୂଲ୍ୟରେ ଏହି ଟିଭି ଉପଲବ୍ଧ ହେବ ବୋଲି କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି |

ସମ୍ବନ୍ଧିତ ଖବର