ଆଜି ପୁଣି ତେଲଦର ବଢିଲା, ରାଜସ୍ଥାନ ପରେ ଆନ୍ଧ୍ର ବି ଟିକସ କମାଇଲା

ନୂଆଦିଲ୍ଲୀ : ତେଲଦର ବୃଦ୍ଧିକୁ ନେଇ ଆଜି ବିରୋଧୀଦଳମାନେ ଭାରତ ବନ୍ଦ ଡକରା ଦେଇଥିବାବେଳେ ପୁଣି ଥରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହୋଇଛି । ଆଜିର ଏହି ବୃଦ୍ଧି ଫଳରେ ମୁମ୍ବାଇରେ ପେଟ୍ରୋଲ ଦର ଲିଟର ପିଛା ୮୮.୧୨ ଟଙ୍କାରେ ପହଞ୍ଚିଯାଇଛି । ସେହିପରି ଦିଲ୍ଲୀରେ ପେଟ୍ରୋଲ ୮୦.୭୩ ଟଙ୍କାରେ ପହଞ୍ଚିଛି । ସେହିପରି ଡିଜେଲ ଦିଲ୍ଲୀରେ ୭୨.୮୩ ଟଙ୍କା ଓ ମୁମ୍ବାଇରେ ୭୭.୩୨ ଟଙ୍କାରେ ପହଞ୍ଚିଛି । ଭୁବନେଶ୍ୱରରେ ପେଟ୍ରୋଲ ଓ ଡିଜେଲ ଯଥାକ୍ରମେ ୭୯.୫୮ ଓ ୭୮.୧୫ ଟଙ୍କାରେ ପହଞ୍ଚିଛି । ତେବେ ବିଭିନ୍ନ ଜିଲ୍ଲାରେ ଏହି ଦର କମ ବେଶୀ ହୋଇପାରେ । ମୁମ୍ବାଇରେ ସର୍ବାଧିକ ଭାଟ (ଲିଟର ପିଛା ଟ. ୩୯.୧୨ ) ସଂଗ୍ରହ କରାଯାଉଥିବାରୁ ସେଠାରେ ଦର ସବୁଠାରୁ ଅଧିକ ରହିଛି । ଅନ୍ୟପକ୍ଷରେ ଗତକାଲି ରାଜସ୍ଥାନ ସରକାର ତେଲ ଉପରୁ ୪ ପ୍ରତିଶତ ଭାଟ କମାଇବା ପରେ ଆଜି ଆନ୍ଧ୍ର ସରକାର ୨ଟଙ୍କା ଭାଟ କମାଇଛନ୍ତି । ଏହା ମଙ୍ଗଳବାରଠାରୁ ଲାଗୁ ହେବ ।

ସମ୍ବନ୍ଧିତ ଖବର