ପାରାଦୀପରେ ହେବ ପେଟ୍ରୋଲିୟମ୍‌ କ୍ରାକର୍‌ ପ୍ରକଳ୍ପ

04

ଜଗତସିଂହପୁର: ତାଇଓ୍ଵାନ୍‌ କଂପାନି ସହଯୋଗରେ ପାରାଦୀପରେ ଏକ ନୂତନ ପେଟ୍ରୋଲିୟମ୍‌ କ୍ରାକର୍‌ ପ୍ରକଳ୍ପ ସ୍ଥାପନ କରାଯିବ। ଏଥିରେ ପାଖାପାଖି ୪୩ ହଜାର କୋଟି ଟଙ୍କା ବିନିଯୋଗ ହେବ। ଆଜି ତାଇଓ୍ଵାନ୍‌ର ଏକ ପ୍ରତିନିଧି ଦଳ ଏହି ପ୍ରକଳ୍ପ ସମ୍ପର୍କରେ ପାରାଦୀପ ବନ୍ଦର ଓ ଭାରତୀୟ ତୈଳ ନିଗମର କର୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ସେମାନେ ଉଭୟ ବନ୍ଦର ଓ ତୈଳ ନିଗମର ବିଶୋଧନାଗାର ପରିଦର୍ଶନ କରିଛନ୍ତି। ତାଇଓ୍ଵାନ୍‌ ପ୍ରତିନିଧି ମଣ୍ଡଳୀର ଅଧ୍ୟକ୍ଷ ଲି ଶୁନ-ଚିନ୍‌ଙ୍କ ସମେତ ଇଡ୍‌କୋ ପରିଚାଳନା ସଂଚାଳକ ସଞ୍ଜୟ କୁମାର ସିଂହ, ବନ୍ଦରର ଅଧ୍ୟକ୍ଷ ରୀଙ୍କେଶ ରୟ, ତୈଳ ନିଗମର ଇଡି ଜି ଏସ୍‌ ସିଂହ ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଅଧିକାରୀମାନେ ନୂଆ ପ୍ରକଳ୍ପ ବିଷୟରେ ବିସ୍ତତ ଆଲୋଚନା କରିଛନ୍ତି। ତାଇଓ୍ଵାନ୍‌ ପ୍ରତିନିଧି ଦଳ ସମୁଦ୍ର ଭିତରକୁ ଯାଇ ସ୍ଥିତିର ଅନୁଧ୍ୟାନ ମଧ୍ୟ କରିଥିଲେ। ଉଲ୍ଲେଖଯୋଗ୍ୟ, ଭାରତ ସରକାରଙ୍କ ଇନ୍‌ଭେଷ୍ଟ ଇଣ୍ଡିଆ ପକ୍ଷରୁ ତାଇଓ୍ଵାନ ସରକାରଙ୍କ ପ୍ରତିନିଧି ଓ ତାଇଓ୍ଵାନ ପେଟ୍ରୋଲିୟମ୍‌ କମ୍ପାନି ସିପିସିର ପ୍ରତିନିଧି ପାରାଦୀପ ଆସିବା ପୂର୍ବରୁ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର