ଫେସ୍‌ବୁକ୍‌ ବଦଳାଇଲା ବିଜ୍ଞାପନ ପଲିସି, ଏବେ ଦେବାକୁ ପଡ଼ିବ ପରିଚୟ ଓ ଠିକଣାର ପ୍ରମାଣ

ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ପ୍ରଚାରରେ ପାରଦର୍ଶିତା ଆଣିବା ପାଇଁ ଫେସ୍‌ବୁକ୍‌ ସମସ୍ତ ବିଜ୍ଞାପନକୁ ନିଜର ପରିଚୟ ଓ ଠିକଣା ଜଣାଇବା ପାଇଁ ନିର୍ଦ୍ଦେଶ ଦେଇଛି। କମ୍ପାନି କହିବାନୁସାରେ, ଏଣିକି ଇନ୍‌ଷ୍ଟାଗ୍ରାମ୍‌ ଓ ଫେସ୍‌ବୁକ୍‌ରେ ବିଜ୍ଞାପନ ଦେବାକୁ ହେଲେ ବିଜ୍ଞାପନ ଦାତାଙ୍କୁ ପ୍ରଥମେ ନିଜର ପରିଚୟ ଜଣାଇବାକୁ ପଡ଼ିବ।

ଫେସବୁକ୍‌ ସୂତ୍ରରୁ ପ୍ରକାଶ, ଆଗାମୀ ବର୍ଷ ଆରମ୍ଭରେ ସେ ସମସ୍ତ ପଲଟିକାଲ ବିଜ୍ଞାପନ ବିଷୟରେ ସୂଚନା ଦେବା ସହିତ ଡିସ୍‌କଲେମର ଦେଖାଇବା ଆରମ୍ଭ କରିବ। ଏତଦ୍‌ ବ୍ୟତୀତ ଏକ ‘ଅନ୍‌ଲାଇନ୍‌ ସର୍ଚେବଲ ଆଡ ଲାଇବ୍ରେରି’ ଖୋଲିବ। ଯେଉଁଥିରେ ବିଜ୍ଞାପନରେ ହୋଇଥିବା ଖର୍ଚ୍ଚ ଓ ଏହି ବିଜ୍ଞାପନକୁ କିଏ ଦେଖିଛନ୍ତି, ଏଥିରେ କେତେ ଇମ୍ପ୍ରେସନ୍‌ ଆସିଛି ଏସବୁ ବିଷୟରେ ବି ଜାଣି ହେବ।

ଫେସ୍‌ବୁକ୍‌ ନିଜ ବ୍ଲଗ୍‌ ପୋଷ୍ଟରେ ସୂଚନା ଦେଇ କହିଛି କି, ପଲିଟିକାଲ ବିଜ୍ଞାପନ ସେହି ବିଜ୍ଞାପନ ଚଳାଇ ପାରିବ ଯାହାର ସେ ଆଇଡେଣ୍ଟିଫିକେସନ୍‌ ଅଥେରାଇଜେସନ୍‌ ପ୍ରୋସେସ୍‌କୁ ପୂରା କରିଥିବ ଓ ଏଥିରେ ଡିସ୍‌କଲେମର ବି ରହିଥିବ। ଏଥିରେ ଏହା ବି କୁହାଯାଇଛି କି, ବିଜ୍ଞାପନକୁ ଅଥେରାଇଜ କରିବା ଓ ଆଡସ୍‌ରେ ପାରଦର୍ଶିତ ଆଣିବା ସହିତ ବିଦେଶୀ ହସ୍ତକ୍ଷେପକୁ ରୋକି ପାରିବା।

ସମ୍ବନ୍ଧିତ ଖବର