ପ୍ରଦୀପ ସିଂହ ଖରୋଲା ଏୟାର ଇଣ୍ଡିଆର ନୂଆ ସିଏମ୍‌ଡି

ନୂଆଦିଲ୍ଲୀ: ବରିଷ୍ଠ ଆଇଏଏସ୍‌ ଅଧିକାରୀ ପ୍ରଦୀପ ସିଂହ ଖରୋଲାଙ୍କୁ କେନ୍ଦ୍ର ସରକାର ଏୟାର ଇଣ୍ଡିଆର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ(ସିଏମ୍‌ଡି) ଭାବେ ନିଯୁକ୍ତି ଦେଇଛନ୍ତି। କର୍ଣ୍ଣାଟକ କ୍ୟାଡରର ୧୯୮୫ ବ୍ୟାଚ୍‌ ଆଇଏଏସ ଅଧିକାରୀ ଶ୍ରୀ ଖରୋଲା ଏବେ ବାଙ୍ଗାଲୋର ମେଟ୍ରୋ ରେଲ୍‌ କର୍ପୋରେସନ୍‌ ଲିମିଟେର ଏମ୍‌ଡି ଭାବେ ୨୦୧୫ ଫେବ୍ରୁଆରିରୁ କାର୍ଯ୍ୟ କରୁଛନ୍ତି। ଏୟାର ଇଣ୍ଡିଆର ଏମ୍‌ଡି ଭାବେ ତାଙ୍କୁ ଭାରତର ସରକାରଙ୍କ ସଚିବ ପାହ୍ୟା ମିଳିଛି। ତାଙ୍କ ପୂର୍ବରୁ ଏୟାର ଇଣ୍ଡିଆର ସିଏମ୍‌ଡି ଭାବେ ପେଟ୍ରୋଲିୟମ ମନ୍ତ୍ରାଳୟର ଅତିରିକ୍ତ ସଚିବ ରାଜୀବ ବନ୍‌ସାଲଙ୍କୁ ନିଯୁକ୍ତି ଦିଆଯାଇଥିଲା।

ସମ୍ବନ୍ଧିତ ଖବର