ପ୍ରାକ୍ ବଜେଟ୍‌ ଆଲୋଚନା ୨୧ରୁ

ନୂଆଦିଲ୍ଲୀ : ଆସନ୍ତା ଆର୍ଥିକ ବର୍ଷ (୨୦୨୩-୨୪)ର ବଜେଟ୍ ପ୍ରସ୍ତୁତ କରିବା ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ମାସ ୨୧ରୁ ପ୍ରାକ୍ ବଜେଟ୍ ଆଲୋଚନା ଆରମ୍ଭ କରିବେ। ଏଥର ଜଳବାୟୁ ପରିବର୍ତ୍ତନ ଓ ଭିତ୍ତିଭୂମି ବିକାଶକୁ ଗୁରୁତ୍ବ ଦେଇ ବିଭିନ୍ନ କ୍ଷେତ୍ର ସହ ସେ ଆଲୋଚନା କରିବେ। ବଜେଟ୍‌ରୁ କେଉଁ କ୍ଷେତ୍ର କ’ଣ ଚାହୁଛନ୍ତି ତାହା ସେ ଜାଣିବାକୁ ଉଦ୍ୟମ କରିବେ।

ଆସନ୍ତା ସୋମବାର ଦିନ ସେ ଭର୍ଚୁଆଲ ମାଧ୍ୟମରେ ଶିଳ୍ପ ଚାମ୍ବର, ଭିତ୍ତିଭୂମି କ୍ଷେତ୍ରର ପ୍ରତିନିଧି ଏବଂ ପରିବେଶ ବିଶେଷଜ୍ଞମାନଙ୍କ ସହ ଆଲୋଚନା କରି ତାଙ୍କ ମତ ଲୋଡ଼ିବେ। ନଭେମ୍ବର ୨୨ରେ ସେ କୃଷି ଓ ପ୍ରକ୍ରିୟାକରଣ ଶିଳ୍ପର ପ୍ରତିନିଧି ଏବଂ ଆର୍ଥିକ କ୍ଷେତ୍ର ଓ ପୁଞ୍ଜି ବଜାରର ପ୍ରତିନିଧିଙ୍କୁ ଭେଟିବେ। ନଭେମ୍ବର ୨୪ରେ ସେବା ଓ ବାଣିଜ୍ୟ ‌କ୍ଷେତ୍ର ସମେତ ସ୍ବାସ୍ଥ୍ୟ, ଶିକ୍ଷା, ଜଳ ଓ ପରିମଳ କ୍ଷେତ୍ରର ପ୍ରତିନିଧିମାନଙ୍କ ସହ ଅର୍ଥମନ୍ତ୍ରୀ ଆଲୋଚନା କରିବେ। ନଭେମ୍ବର ୨୮ରେ ସେ ଶ୍ରମିକ ସଂଘ ଓ ଅର୍ଥନୀତିଜ୍ଞମାନଙ୍କ ସହ ଆଲୋଚନା କରିବେ। ୨୦୨୩ ଫେବ୍ରୁଆରି ୧ରେ ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ ସଂସଦରେ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିବେ।

ସମ୍ବନ୍ଧିତ ଖବର