ଡାଲି ଦାମ୍‌ରେ ହ୍ରାସ

ନୂଆଦିଲ୍ଲୀ : ଡାଲି ଦାମ୍‌କୁ ନିୟନ୍ତ୍ରଣ ମଧ୍ୟରେ ରଖିବା ଲାଗି କେନ୍ଦ୍ର ସରକାର ରାଜ୍ୟଗୁଡ଼ିକ ସହ ମିଶି ବିିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ଫଳରେ ହରଡ଼, ମୁଗ ଓ ବିରି ଦାମ୍‌ ନିୟନ୍ତ୍ରଣ ମଧ୍ୟକୁ ଆସିଥିବା ବେଳେ ଦାମ୍ କମିବା ଧାରା ମଧ୍ୟ ଆରମ୍ଭ ହୋଇଛି। ଡାଲି ବ୍ୟବସାୟ ସହିତ ଜଡ଼ିତ ଥିବା ବିଭିନ୍ନ ଅଂଶୀଦାର ଯଥା ମିଲ୍‌, ବ୍ୟବସାୟୀ, ଆମଦାନିକାରୀମାନଙ୍କୁ ଡାଲି ଷ୍ଟକ୍ ଘୋଷଣା କରିବାକୁ କୁହାଯାଇଛି। ସାପ୍ତାହିକ ଭିତ୍ତିରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ଡାଲି ମୂଲ୍ୟ ଉପରେ ନଜର ରଖୁଛନ୍ତି। ପ୍ରଥମ ଥର ଲାଗି ଦେଶରେ ଏଭଳି ବ୍ୟବସ୍ଥା ଗ୍ରହଣ କରାଯାଇଛି।

Kart 2 Home

ତଥ୍ୟ ଆଦାନପ୍ରଦାନକୁ ସହଜ କରିବା ଲାଗି ଏକ ପୋର୍ଟାଲ୍‌ ଖୋଲାଯାଇଛି। ସବୁ ଅଂଶୀଦାରଙ୍କୁ ସେହି ପୋର୍ଟାଲ୍‌ରେ ପଞ୍ଜୀକରଣ କରିବାକୁ କୁହାଯାଇଛି। ଏହି ବ୍ୟବସ୍ଥା ଗ୍ରହଣ କରାଯିବା ପରେ ଦେଶରେ ୨୮.୬୬ ଲକ୍ଷ ଟନ୍ ଡାଲି ଥିବା ଘୋଷଣା କରାଯାଇଛି। ପୋର୍ଟାଲ୍‌ରେ ୬୮୨୩ ଅଂଶୀଦାର ପଞ୍ଜୀକରଣ ମଧ୍ୟ କରିଛନ୍ତି। ସରକାର ଖୋଲିଥିବା ଭଣ୍ଡାରରେ ଅଧିକ ଡାଲି ରଖିବା ଲାଗି ସଂଗ୍ରହରେ ବୃଦ୍ଧି କରାଯାଇଛି। ବିଭିନ୍ନ କଲ୍ୟାଣମୂଳକ ଯୋଜନାରେ ମଧ୍ୟ ରାଜ୍ୟଗୁଡ଼ିକୁ ଡାଲି ଯୋଗାଇ ଦିଆଯାଉଛି। ଡାଲିର ଖୁଚୁରା ଦାମ୍‌କୁ ନିୟନ୍ତ୍ରଣରେ ରଖିବା ଲାଗି ରାଜ୍ୟଗୁଡ଼ିକୁ ୨.୩ ଲକ୍ଷ ଟନ୍ ଡାଲି ଯୋଗାଇ ଦିଆଯାଇଥିବା ବେଳେ ଖୋଲା ବଜାରରେ ୨ ନିୟୁତ ହରଡ଼ ଡାଲି ଉପଲବ୍ଧ କରାଯାଇଛି।

ସମ୍ବନ୍ଧିତ ଖବର