‘କୋଭିଡ୍‌-୧୯’ ଯୋଗୁଁ ଟ୍ରେନ୍‌ ବାତିଲ; ଏକ ସପ୍ତାହ ମଧ୍ୟରେ ରେଳବାଇର ୪୫୦ କୋଟି ଟଙ୍କା କ୍ଷତି

ନୂଆଦିଲ୍ଲୀ: ‘କୋଭିଡ୍‌-୧୯’ (କରୋନାଭାଇରସ୍‌) ସଂକ୍ରମଣ ଯୋଗୁଁ ଗୋଟିଏ ସପ୍ତାହରେ ଭାରତୀୟ ରେଳବାଇର ପ୍ରାୟ ୪୫୪ କୋଟି ଟଙ୍କା କ୍ଷତି ହୋଇଛି। ‘କୋଭିଡ୍‌-୧୯’ ସଂକ୍ରମଣ କାରଣରୁ ଅନ୍ୟୂନ ୧୮୪ଟି ଟ୍ରେନ୍‌ ବାତିଲ କରାଯାଇଛି।

Image Source: Hindustan Times

ରେଳ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତବର୍ଷ ଏହି ସମୟ ତୁଳନାରେ ଏ ବର୍ଷ ଯାତ୍ରୀଙ୍କ ସଂଖ୍ୟା ୬.୯ ନିୟୁତ ହ୍ରାସ ପାଇଛି। କେବଳ ଗତ ସାତ ଦିନ ମଧ୍ୟରେ ଯାତ୍ରୀସଂଖ୍ୟା ୪୫% ହ୍ରାସ ପାଇଛି।

Image Source: Hindustan Times

କରୋନାଭାଇରସ୍‌ ସଂକ୍ରମଣ ଯୋଗୁଁ କମ୍‌ ସଂଖ୍ୟକ ଯାତ୍ରୀ ହେବାରୁ ବୁଧବାର ଦିନ ୯୯ଟି ଟ୍ରେନ୍‌ ବାତିଲ କରାଯାଇଥିଲା। ମଙ୍ଗଳବାର ଦିନ ମଧ୍ୟ ୮୫ଟି ଟ୍ରେନ୍‌ ବାତିଲ କରାଯାଇଥିଲା। ମୁଖ୍ୟତଃ ପଶ୍ଚିମ ଓ କେନ୍ଦ୍ରୀୟ ଲାଇନ୍‌ରେ ଚଳାଚଳ କରୁଥିବା ରେଳଗାଡ଼ିର ଯାତ୍ରୀମାନେ ଅଧିକ ସଂଖ୍ୟାରେ ଟିକେଟ୍‌ ବାତିଲ କରୁଥିବା କଥା ଜଣାପଡ଼ିଛି। ଗତ ବର୍ଷ ଏହି ସମୟ ତୁଳନାରେ ଏ ବର୍ଷ ଟିକେଟ୍‌ ବାତିଲ ହାର ୮୦%କୁ ବୃଦ୍ଧି ପାଇଛି ବୋଲି ବୁଧବାର ଦିନ ରେଳ ମନ୍ତ୍ରାଳୟ କହିଛି।

ସମ୍ବନ୍ଧିତ ଖବର