ଭାରତୀୟ ରେଳବାଇ ସମ୍ପୂର୍ଣ୍ଣ ଦେଶରେ ପୋଷ୍ଟ ଅଫିସରେ ପିଆର୍‌ଏସ କାଉଣ୍ଟର ଉପଲବ୍ଧ କରାଇବ

ଓଡ଼ିଶାରେ ୧୧ଟି ପୋଷ୍ଟ ଅଫିସ୍‌ରେ ଅଛି ପିଆର୍‌ଏସ କାଉଣ୍ଟର

ନୂଆଦିଲ୍ଲୀ: ସମଗ୍ର ଦେଶରେ ଯାତ୍ରୀମାନଙ୍କୁ ରେଳ ଟିକେଟ ସୁବିଧାଜନକ ଭାବରେ ଉପଲବ୍ଧ କରାଇବା ପାଇଁ ଭାରତୀୟ ରେଳବାଇ ଯୋଜନା ଆରମ୍ଭ କରିଛି। ପାସେଞ୍ଜର୍‌ ରିଜରଭେସନ୍‌ ସିଷ୍ଟମ (ପିଆର୍‌ଏସ) କାଉଣ୍ଟର ମାଧ୍ୟମରେ ଯାତ୍ରୀମାନେ ଏହି ସୁବିଧା ପାଇ ପାରିବେ। ବର୍ତ୍ତମାନ ସମୟରେ ସମଗ୍ର ଭାରତରେ ପିଆର୍‌ଏସ୍‌ କାଉଣ୍ଟର ୨୮୦ଟି ପୋଷ୍ଟ ଅଫିସରେ ଉପଲବ୍ଧ ହୋଇଥିବା ବେଳେ ଓଡ଼ିଶାରେ ୧୧ଟି ପୋଷ୍ଟ ଅଫିସ୍‌ରେ ପିଆର୍‌ଏସ କାଉଣ୍ଟର ଖୋଲା ଯାଇଛି।

ରେଳବାଇ ସମ୍ପୂର୍ଣ୍ଣ ଦେଶରେ ପୋଷ୍ଟ ଅଫିସରେ ପାସେଞ୍ଜର ରିଜରଭେସନ୍‌ ସିଷ୍ଟମ (ପିଆର୍‌ଏସ୍‌) କାଉଣ୍ଟର ଉପଲବ୍ଧ କରାଇବ ବୋଲି  ଡାକ ବିଭାଗ ସହିତ ଆଲେଚନା ଜାରି ରହିଛି।

ରାଜ୍ୟସଭାରେ ଏକ ପ୍ରସଙ୍ଗରେ ଆଲୋଚନା କରୁଥିବା ସମୟରେ ରାଜ୍ୟ ରେଳମନ୍ତ୍ରୀ ରାଜେନ୍‌ ଗୋହେନ୍‌ ଏକ ଲିଖିତ ଉତ୍ତରରେ କହିଛନ୍ତି, ଡାକଘରମାନଙ୍କରେ ପିଆର୍‌ଏସ୍‌ କାଉଣ୍ଟର ଟେକ୍‌ନିକାଲ ଓ କମର୍ସିଆଲ ଫେସିଲିଟି ଅନୁଯାୟୀ ଖୋଲାଯାଇଥାଏ। ଯେଉଁଠାରେ ଆଖପାଖ ଅଞ୍ଚଳରେ କୌଣସି ରେଲେଓ୍ଵ ଆରକ୍ଷଣ କାଉଣ୍ଟର ନଥାଏ।

ଭାରତୀୟ ରେଲେଓ୍ଵ କେଟରିଙ୍ଗ ଓ ପର୍ଯ୍ୟଟନ ନିଗମ www.irctc.co.inର ଅଧିକାରୀ େଓ୍ଵବସାଇଟରେ ଅନ୍‌ଲାଇନ୍‌ ବୁକିଂ ରିଜର୍ଭ ଟିକେଟ ଅଧିକ ଲୋକପ୍ରିୟ ହେବାରେ ଲାଗିଛି। ବର୍ତ୍ତମାନ ସମୟରେ ୬୫ ପ୍ରତିଶତ ଟିକେଟ ଅନ୍‌ଲାଇନ୍‌ ଜରିଆରେ ହେଉଥିବା ରିପୋର୍ଟ ମିଳିଛି।

ପୋଷ୍ଟ ଅଫିସରେ ପାସେଞ୍ଜର ରିଜରଭେସନ୍‌ ସିଷ୍ଟମ୍‌ କାଉଣ୍ଟର କର୍ଣ୍ଣାଟକରେ ସର୍ବାଧିକ ରହିଛି। କର୍ଣ୍ଣାଟକରେ ୪୪ ଟି ପିଆର୍‌ଏସ୍‌ କାଉଣ୍ଟର ଥିବା ବେଳେ ମହାରାଷ୍ଟ୍ରରେ ୩୬ଟି , ଆନ୍ଧ୍ର ପ୍ରଦେଶରେ ୨୪ଟି , ଉତ୍ତର ପ୍ରଦେଶରେ ୨୩ଟି , ଅରୁଣାଞ୍ଚଳରେ ୦୩ଟି, ମିଜୋରାମ୍‌ରେ ୧ଟି, ମେଘାଳୟରେ ୨ଟି, ଆସାମରେ ୧୦ଟି, ବିହାରରେ ୦୭ଟି, ଛତିଶଗଡ଼ରେ ୦୭ଟି, ଦିଲ୍ଲୀରେ ୦୩ଟି, ଗୋଆରେ ୦୧, ଗୁଜୁରାଟରେ ୧୮ଟି, ହରିୟାଣାରେ ୦୩ଟି, ଜମ୍ମୁ-କଶ୍ମୀରରେ ୦୨ଟି, ଝାଡଖଣ୍ଡରେ ୦୯, କେରଳରେ ୦୪ଟି, ମଧ୍ୟ ପ୍ରଦେଶରେ ୦୬ଟି, ମହାରାଷ୍ଟ୍ରରେ ୩୬ଟି, ମଣିପୁରରେ ୦୨, ପଞ୍ଜାବରେ ୧୨ଟି, ତାମିଲନାଡୁରେ ୧୫ଟି, ଉତ୍ତରାଖଣ୍ଡରେ ୦୮ଟି, େଓ୍ଵଷ୍ଟ ବେଙ୍ଗଲରେ ୦୩ଟି ଉପଲବ୍ଧ ରହିଛି।

ସମ୍ବନ୍ଧିତ ଖବର