ରାଜଧାନୀରେ ଯଦି ଟିକେଟ୍‌ କନ୍‌ଫର୍ମ ନ ହୁଏ ତେବେ ଆପଣଙ୍କୁ ମିଳିବ ବିମାନ ଯାତ୍ରା ସୁଯୋଗ!

ନୂଆଦିଲ୍ଲୀ: ରାଜଧାନୀ ଏକ୍ସପ୍ରେସ୍‌ରେ ଯାତ୍ରା ପାଇଁ ଏସି-୧ ଏବଂ ଏସି-୨ ଶ୍ରେଣୀରେ ଟିକେଟ୍‌ କରିଥିବା ଯାତ୍ରୀମାନଙ୍କର ଯଦି ଟିକେଟ୍‌ ନିଶ୍ଚିତ(କନ୍‌ଫର୍ମ) ହୋଇ ନଥାଏ ତେବେ ସେମାନେ ନିଜର ଗନ୍ତବ୍ୟ ପଥକୁ ବିମାନ ଯୋଗେ ଯାତ୍ରା କରିବାର ସୁଯୋଗ ମିଳିବାର ସମ୍ଭାବନା ରହିଛି।

ଉଲ୍ଲେଖଯୋଗ୍ୟ, ଗତ ବର୍ଷ ଅଶ୍ୱିନୀ ଲୋହାନି ଯେତେବେଳେ ଏୟାର୍‌ ଇଣ୍ଡିଆର୍‌ ଅଧ୍ୟକ୍ଷ ଥିଲେ ସେ ସେତେବେଳେ ଏହି ଯୋଜନା ସଂପର୍କରେ ରେଳବାଇକୁ ପ୍ରସ୍ତାବ ଦେଇଥିଲେ। ମାତ୍ର ରେଳବାଇ ଏହାର ସେପରି କୌଣସି ସକରାତ୍ମକ ପ୍ରତିକ୍ରିୟା ଦେଖାଇ ନଥିଲା। ଏବେ ଲୋହାନି ରେଳବାଇ ବୋର୍ଡର ଅଧ୍ୟକ୍ଷ ହେବା ପରେ ମତ ଦେଇଛନ୍ତି ଯେ ଯଦି ଏୟାର୍‌ ଇଣ୍ଡିଆ ପକ୍ଷରୁ ଏପରି ପ୍ରସ୍ତାବ ପୁନର୍ବାର ଆସେ ତେବେ ଏହା ଖୁବ୍‌ ଶୀଘ୍ର କାର୍ଯ୍ୟକାରୀ କରିବେ।

ଜାଣିବାକୁ ମିଳିଛି ଯେ ପ୍ରତିଦିନ ଅନେକ ଯାତ୍ରୀଙ୍କର ରାଜଧାନୀ ଏକ୍ସପ୍ରେସ୍‌ର ଏସି-୨ ଶ୍ରେଣୀରେ ଟିକେଟ୍‌ କନ୍‌ଫର୍ମ ହୋଇପାରି ନଥାଏ। ଯଦି ଲୋହାନି ପ୍ରସ୍ତାବ ଦେଇଥିବା ଯୋଜନାଟି ଲାଗୁ ହୁଏ ତେବେ ଯାତ୍ରୀମାନଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ଟିକେଟ୍‌ ଆପେ ଆପେ ଏୟାର୍‌ ଇଣ୍ଡିଆରେ ନିଶ୍ଚିତ ହୋଇଯିବ।

 

ସମ୍ବନ୍ଧିତ ଖବର