ଟିସିଏସ ଛାଡ଼ିଲେ ସିଇଓ ରାଜେଶ ଗୋପୀନାଥ

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ସଫ୍ଟଓ୍ବାର କମ୍ପାନି ଟାଟା କନସଲଟାନ୍ସି ସର୍ଭିସେସ୍ (ଟିସିଏସ୍)ର ଶୀର୍ଷ ଅଧିକାରୀ ସ୍ତରରେ ପରିବର୍ତ୍ତନ ହୋଇଛି । କମ୍ପାନିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ରାଜେଶ ଗୋପୀନାଥ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। କମ୍ପାନୀ ପକ୍ଷରୁ ଗୁରୁବାର ଜାରି ବିବୃତିରେ ଏହି ସୂଚନା ଦିଆଯାଇଛି ।

ଟାଟା କନସଲଟାନ୍ସି ସର୍ଭିସେସରେ ୨୨ ବର୍ଷର ଚମତ୍କାର କ୍ୟାରିୟର ଏବଂ ଗତ ୬ ବର୍ଷ ଧରି ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ଭାବେ କାର୍ଯ୍ୟ କରିଥିବା ରାଜେଶ ଗୋପୀନାଥନ ଅନ୍ୟ କିଛି କାର୍ଯ୍ୟ ପାଇଁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ” ଗୋପୀନାଥ ପ୍ରାୟ ୨୨ ବର୍ଷ ଧରି ଟିସିଏସ୍ ସହ ଜଡ଼ିତ ଥିଲେ। ସିଇଓ ପଦ ସହିତ ସେ କମ୍ପାନୀରେ ପରିଚାଳନା ନିର୍ଦ୍ଦେଶକ (ଏମଡି) ଭୂମିକାରେ ମଧ୍ୟ କାମ କରୁଥିଲେ।

ବିବୃତିରେ ଏହା ମଧ୍ୟ ସୂଚନା ଦିଆଯାଇଛି ଯେ କେ. କୃତିବାସନ (ଗ୍ଲୋବାଲ ହେଡ ଅଫ୍ ବ୍ୟାଙ୍କ, ଫାଇନାନ୍ସିଆଲ ସର୍ଭିସେସ୍ ଆଣ୍ଡ ଇନସ୍ୟୁରାନ୍ସ – ବିଏଫ୍ଏସ୍ଆଇ- ୟୁନିଟ୍)ଙ୍କୁ ତୁରନ୍ତ ସିଇଓ ଭାବେ ମନୋନୀତ କରାଯାଇଛି। ନିର୍ଦ୍ଦେଶକ ମଣ୍ଡଳୀ କୃତିବସନଙ୍କୁ ସିଇଓ ଭାବେ ମନୋନୀତ କରିଛନ୍ତି। ୨୦୨୩ ମାର୍ଚ୍ଚ ୧୬ରୁ ତାଙ୍କ ନିଯୁକ୍ତି କାର୍ଯ୍ୟକାରୀ ହେବ। ସେ ରାଜେଶ ଗୋପୀନାଥନଙ୍କ ସହ ଶୀର୍ଷ ପଦକୁ ସୁରୁଖୁରୁରେ ପରିବର୍ତ୍ତନ ପାଇଁ କାର୍ଯ୍ୟ କରିବେ ଏବଂ ଆସନ୍ତା ଆର୍ଥିକ ବର୍ଷଠାରୁ (ଆସନ୍ତା ଏପ୍ରିଲ ୧ରୁ) ପରିଚାଳନା ନିର୍ଦ୍ଦେଶକ ଏବଂ ସିଇଓ ଭାବରେ ନିଯୁକ୍ତ ହେବେ । ”

ସମ୍ବନ୍ଧିତ ଖବର