ନୂତନ ଗ୍ରାହକଙ୍କ ପ୍ରଥମ ପସନ୍ଦ ରିଲାଏନ୍‌ସ ଜିଓ !

ନୂଆଦିଲ୍ଲୀ: ସେପ୍ଟେମ୍ବର ମାସରେ ରିଲାଏନ୍‌ସ ଜିଓ ସର୍ବଭାରତୀୟ ସ୍ତରରେ ଏକମାତ୍ର ଅପରେଟର ଭାବେ ନୂତନ ଉପଭୋକ୍ତା ଯୋଗ କରିଛି ବୋଲି ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ ନିକଟରେ ପ୍ରକାଶିତ ପାଇଛି।

ଏହି ରିପୋର୍ଟ ଅନୁଯାୟୀ ସେପ୍ଟେମ୍ବର ମାସରେ ମୋବାଇଲ ସେବା କ୍ଷେତ୍ରରେ ଜିଓ ଓଡ଼ିଶାରେ ୩୩୪୯୭୪ ନୂତନ ଉପଭୋକ୍ତା ହାସଲ କରିଥିବାବେଳେ ବିଏସଏନଏଲ ୩୬୫ ନୂତନ ଉପଭୋକ୍ତା ଯୋଗ କରିଛି । ଅନ୍ୟ ସମସ୍ତ ମୋବାଇଲ ସେବା ପ୍ରଦାନକାରୀଙ୍କ ମୋଟ ଉପଭୋକ୍ତା ସଂଖ୍ୟା ଅଗଷ୍ଟ ମାସ ତୁଳନାରେ ହ୍ରାସ ପାଇଛି । ମୋଟ ଉପରେ ଓଡ଼ିଶାରେ ମୋବାଇଲ ସେବା ଉପଭୋକ୍ତାଙ୍କ ସଂଖ୍ୟାରେ ସେପ୍ଟେମ୍ବର ମାସରେ ୧୧୫୧୬ ହ୍ରାସ ଘଟିଛି ।

ଏହି ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ସେପ୍ଟେମ୍ବର ୩୦, ୨୦୧୮ ଶେଷ ସୁଦ୍ଧା ମୋଟ ୩,୩୧,୧୫,୨୩୫ ରହିଥିବାବେଳେ ଏଥିମଧ୍ୟରୁ ଏୟାରଟେଲର ୧,୩୧,୯୪,୨୪୭, ରିଲାଏନ୍‌ସ ଜିଓର ୭୧,୮୦,୪୩୮, ଭୋଡାଫୋନର ୪୪,୪୮,୦୨୧, ଆଇଡ଼ିଆର ୨୧,୩୫,୬୮୪ ଏବଂ ବିଏସଏନଏଲର ୫୫,୧୦,୨୬୨ ଉପଭୋକ୍ତା ରହିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଟ୍ରାଇ ଦ୍ୱାରା ପ୍ରକାଶିତ ଅନ୍ୟ ଏକ ଆର୍ଥିକ ରିପୋର୍ଟରେ ସେପ୍ଟେଟର ତ୍ରୈମାସିକରେ ଟେଲିକମ ସେବା ପ୍ରଦାନକାରୀ କମ୍ପାନୀମାନଙ୍କ ଓଡ଼ିଶାରେ ମୋଟ ଆୟରେ ରିଲାଏନ୍‌ସ ଜିଓ ପ୍ରଥମଥର ପାଇଁ ସବୁଠାରୁ ଆଗରେ ରହିଥିଲା ।

ସର୍ବଭାରତୀୟ ସ୍ତରରେ ରିପୋର୍ଟ ଅନୁଯାୟୀ ସେପ୍ଟେଟର ତ୍ରୈମାସିକରେ ସମସ୍ତ ୨୨ ଟି ଟେଲିକମ ସର୍କଲ ମଧ୍ୟରୁ ଜିଓ ୧୧ ଟି ସର୍କଲ ରେ ଆୟ (ଆଡ଼ଜଷ୍ଟେଡ଼ ଗ୍ରସ ରେଭିନ୍ୟୁ) ରେ ଆଗୁଆ ରହିଥିବା ବେଳେ ଏୟାରଟେଲ ୬ଟି ଓ ଭୋଡାଫୋନ ଆଇଡ଼ିଆ ୫ଟି ଟେଲିକମ ସର୍କଲରେ ଆଗୁଆ ରହିଥିଲେ।

ସମ୍ବନ୍ଧିତ ଖବର