ମାତ୍ର ୧୯ ଟଙ୍କାରୁ ଆରମ୍ଭ ରିଲାଏନ୍ସ ଜିଓର ରିଚାର୍ଜ ପ୍ୟାକ୍‌, ଜାଣନ୍ତୁ ୧୪୯ ଟଙ୍କା ଭିତରେ କ’ଣ ସବୁ ପ୍ୟାକ୍‌ ରହିଛି

ମୁମ୍ବାଇ: ଆପଣ ଜାଣନ୍ତି କି ରିଲାଏନ୍ସ ଜିଓର ରିଚାର୍ଜ ପ୍ୟାକ୍‌ ୧୯ ଟଙ୍କାରୁ ଆରମ୍ଭ ବୋଲି? ହଁ, ୧୯ ଟଙ୍କାରୁ ଆରମ୍ଭ କରି ୯୯୯୯ ଟଙ୍କା ପର୍ଯ୍ୟନ୍ତ କମ୍ପାନି ତା’ର ଗ୍ରାହକମାନଙ୍କୁ ରିଚାର୍ଜ ପ୍ୟାକ୍‌ ପ୍ରଦାନ କରୁଛି। ତେବେ, ଜାଣନ୍ତୁ କେତେ ଶସ୍ତା ପ୍ୟକ୍‌ ସବୁ ରହିଛି ଗ୍ରାହକଙ୍କ ପାଇଁ।

ରିଲାଏନ୍ସ ଜିଓ ପ୍ରିପେଡ୍‌ ପ୍ଲାନ:୧୯
୧୯ ଟଙ୍କା ରିଚାର୍ଜ କଲେ କମ୍ପାନି ପ୍ରଦାନ କରୁଛି ଗୋଟାଏ ଦିନ ପାଇଁ ଅସୀମିତ ଲୋକାଲ୍‌, ଏସ୍‌ଟିଡି ଏବଂ ରୋମିଂ କଲ୍‌। ତାସହିତ ୦.୧୫ ଜିବି ଡାଟା। ଏହାବ୍ୟତୀତ ଦିନକୁ ୨୦ଟି ଲୋକାଲ୍‌, ଏସ୍‌ଟିଡି ଏବଂ ରୋମିଂ ଏସ୍‌ଏମ୍‌ଏସ୍‌ ମଧ୍ୟ ମିଳିବ ଗ୍ରାହକଙ୍କୁ।

ରିଲାଏନ୍ସ ଜିଓ ପ୍ରିପେଡ୍‌ ପ୍ଲାନ:୫୨
୫୨ ଟଙ୍କାରେ ୭ ଦିନ ପର୍ଯ୍ୟନ୍ତ କମ୍ପାନି ପ୍ରଦାନ କରୁଛି ଅସୀମିତ ଲୋକାଲ୍‌, ଏସ୍‌ଟିଡି ଏବଂ ରୋମିଂ କଲ ଏବଂ ଦିନକୁ ୦.୧୫ ଜିବି ଡାଟା। ଏହା ବ୍ୟତୀତ ୭୦ଟି ଲୋକାଲ, ଏସ୍‌ଟିଡି ଏବଂ ରୋମିଂ ଏସ୍‌ଏମ୍‌ଏସ୍‌ ମଧ୍ୟ ପଠାଇ ପାରିବେ।

ରିଲାଏନ୍ସ ଜିଓ ପ୍ରିପେଡ୍‌ ପ୍ଲାନ:୯୮
୯୮ ଟଙ୍କାରେ କମ୍ପାନି ପ୍ରଦାନ କରୁଛି ୧୪ ଦିନ ପର୍ଯ୍ୟନ୍ତ ଅସୀମିତ ଲୋକାଲ୍‌, ଏସ୍‌ଟିଡି ଏବଂ ରୋମିଂ କଲ ଏବଂ ଦିନକୁ ୦.୧୫ ଜିବି ଡାଟା। ଏହାଛଡ଼ା ୧୪୦ଟି ଲୋକାଲ, ଏସ୍‌ଟିଡି ଏବଂ ରୋମିଂ ଏସ୍‌ଏମ୍‌ଏସ୍‌ ମଧ୍ୟ ପଠାଇ ପାରିବେ।

ରିଲାଏନ୍ସ ଜିଓ ପ୍ରିପେଡ୍‌ ପ୍ଲାନ:୧୪୯
୧୪୯ ଟଙ୍କାରେ କମ୍ପାନି ପ୍ରଦାନ କରୁଛି ୨୮ ଦିନ ପର୍ଯ୍ୟନ୍ତ ଅସୀମିତ ଲୋକାଲ୍‌, ଏସ୍‌ଟିଡି ଏବଂ ରୋମିଂ କଲ ଏବଂ ଦିନକୁ ୦.୧୫ ଜିବି ଡାଟା। ଏହାଛଡ଼ା ୩୦୦ଟି ଲୋକାଲ, ଏସ୍‌ଟିଡି ଏବଂ ରୋମିଂ ଏସ୍‌ଏମ୍‌ଏସ୍‌ ମଧ୍ୟ ପଠାଇ ପାରିବେ।

ସମ୍ବନ୍ଧିତ ଖବର