ରିଲାଏନ୍ସ ରିଟେଲ୍ ଆଗାମୀ ୩ ରୁ ୫ ବର୍ଷ ଭିତରେ ୧୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ : ମୁକେଶ ଅମ୍ବାନି

ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ରିଟେଲ୍ ସଂସ୍ଥା ରିଲାଏନ୍ସ ରିଟେଲ୍ ଆସନ୍ତା ୩ ରୁ ୫ ବର୍ଷ ଭିତରେ ୩ ଗୁଣା ବୃଦ୍ଧି ପାଇବ ଏବଂ ୧୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ମୁକେଶ ଅମ୍ବାନି କହିଛନ୍ତି । ଏଥିସହିତ ଏହା ଆହୁରି ଅନେକଙ୍କ ପାଇଁ ଜୀବିକା ସୃଷ୍ଟି କରିବ । ଏହା ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ରିଟେଲ୍ କଂପାନି ହୋଇ ରହିବ ଏବଂ କଂପାନି ଦୁନିଆର ଶ୍ରେଷ୍ଠ ୧୦ ରିଟେଲର୍‌ଙ୍କ ମଧ୍ୟରେ ସ୍ଥାନ ପାଇବାକୁ ଲକ୍ଷ୍ୟ ରଖିଛି ବୋଲି ଗୁରୁବାର ଅନୁଷ୍ଠିତ ବାର୍ଷିକ ସାଧାରଣ ବୈଠକ ଅବସରରେ ଶ୍ରୀ ଅମ୍ବାନି କହିଛନ୍ତି ।

୨୦୨୦-୨୧ରେ ମହାମାରୀ ପରିସ୍ଥିତିରେ ମଧ୍ୟ ରିଲାଏନ୍ସ ରିଟେଲ୍ ୬୫,୦୦୦ରୁ ଅଧିକ ନୂଆ ନିଯୁକ୍ତି ସୃଷ୍ଟି କରିଥିବା ବେଳେ ବର୍ତମାନ କଂପାନିରେ ୨ ଲକ୍ଷରୁ ଅଧିକ ଲୋକ ନିଯୁକ୍ତ ରହିଛନ୍ତି, ଯାହା କମ୍ପାନୀକୁ ଦେଶର ଅନ୍ୟତମ ବୃହତ୍ ନିଯୁକ୍ତି ପ୍ରଦାନକାରୀ ଭାବେ ସ୍ଥାନିତ କରିଛି ।

ଆସନ୍ତା ତିନି ବର୍ଷରେ କଂପାନି ଏହାର ଇ-କମର୍ସ ସଂସ୍ଥା ଜିଓମାର୍ଟରେ ଏକ କୋଟିରୁ ଅଧିକ ମର୍ଚାଂଟ୍ ବା ବ୍ୟବସାୟୀ ସହଯୋଗୀଙ୍କୁ ଯୋଡ଼ିବ । ଗତ ଏକ ବର୍ଷ ମଧ୍ୟରେ ଜିଓମାର୍ଟ ୧୫୦ଟି ସହରର ୩ ଲକ୍ଷରୁ ଅଧିକ ବିକ୍ରେତା ବା କ୍ଷୁଦ୍ର ବ୍ୟବସାୟୀ ସହଯୋଗୀଙ୍କୁ ଯୋଡ଼ି ସେମାନଙ୍କୁ ଉଭୟ ପ୍ରତ୍ୟକ୍ଷ ଓ ଡିଜିଟାଲ୍ ମାଧ୍ୟମରେ ସଶକ୍ତ କରିଛି ଏବଂ ଏହି ପ୍ରକ୍ରିୟାକୁ ଅନ୍ୟ ସହରଗୁଡିକୁ ସଂପ୍ରସାରଣ କରିବା ଯୋଜନାରେ ଆଗକୁ ବଢୁଛି ।

ସମ୍ବନ୍ଧିତ ଖବର