ରେନୋ ଆଣିଲା ନୂଆ ‘ଡଷ୍ଟର’

ଭୁବନେଶ୍ବର: ରେନୋ‌ ଇଣ୍ଡିଆ ପକ୍ଷରୁ ସମ୍ପୂର୍ଣ୍ଣ ନୂଆ ଡଷ୍ଟର୍‌କୁ ଆଜି ରେନୋ ଭୁବନେଶ୍ବର ନର୍ଥ ସୋ’ରୁମ୍‌ରେ ଉନ୍ମୋଚନ କରାଯାଇଛି। ଏହାକୁ ସୁପର ସେଲ୍‌ସ ଅଟୋମୋବାଇଲସ୍‌ର ଏମ୍‌ଡି ବିଶାଲ ଧାୱନ ଓ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ଡିଜିଏମ୍‌ ରବିନ୍ଦ୍ର କୁମାର ତ୍ରିବେଦୀ ଉନ୍ମୋଚନ କରିଛନ୍ତି। ନୂଆ ଡଷ୍ଟର୍‌ରେ ୨୫ ପ୍ରକାର ନୂଆ ସୁବିଧା ସୁଯୋଗ ସାମିଲ କରାଯାଇଛି। ଏହା ବ୍ୟତୀତ ପ୍ରଯୁକ୍ତି‌ରେ ମଧ୍ୟ ବଡ଼ ଧରଣର ଉନ୍ନତି ଅଣାଯାଇଛି ଯାହା ଗ୍ରାହକଙ୍କୁ ଏହି ଗାଡ଼ି ଚଲାଇବା ବେଳେ ସମ୍ପୂର୍ଣ୍ଣ ନୂତନ ପ୍ରକାର ଆରାମଦାୟକ ଅନୁଭୂତି ପ୍ରଦାନ କରିବ।

ଉଭୟ‌ ପେଟ୍ରୋଲ୍ ଓ ଡିଜେଲ୍‌ ଇଞ୍ଜିନ ବିକଳ୍ପରେ ଉପଲବ୍ଧ ହେଉଥିବା ନୂଆ ଡଷ୍ଟର୍‌ର ଏକ୍ସ ସୋ’ରୁମ୍ ମୂଲ୍ୟ ୭,୯୯,୯୯୦ ଟଙ୍କାରୁ ଆରମ୍ଭ ହୋଇଛି। ଏହାର ଟପ୍‌ ଏଣ୍ଡ୍‌ ମଡେଲ୍‌ର ଦର ୧୨,୪୯,୯୯୦ ଟଙ୍କା ରହିଛି। ଏହା ପେଟ୍ରୋଲ୍ ସିଭିଟି, ଡିଜେଲ ଏଏମ୍‌ଟି ଓ ଡିଜେଲ୍‌ ଏଡବ୍ଳୁଟି ବିକଳ୍ପରେ ମଧ୍ୟ ଉପଲବ୍ଧ ହେଉଛି। କାସ୍‌ପିଆନ୍ ବ୍ଲୁ ଓ ମହୋଗାନି ବ୍ରାଉନ୍ ଭଳି ଦୁଇଟି ନୂଆ ରଙ୍ଗ ଆସିଥିବା ସମ୍ପୂର୍ଣ୍ଣ ନୂଆ ଡଷ୍ଟର୍‌ରେ ୧୭.୬୪ ସେମିର ଟଚ୍‌ସ୍କ୍ରିନ୍ ମିଡିଆ ଏନ୍‌ଏଭି ରହିଛି। ଏହାର ବାହାର ପାର୍ଶ୍ବ ବେଶ ଆକର୍ଷଣୀୟ ହୋଇଥିବା ବେଳେ ଭିତର ପାର୍ଶ୍ବ ମଧ୍ୟ ବେଶ ଆରାମଦାୟକ ରହିଛି। ଏଥିରେ ଏବିଏସ୍‌, ଇବିଡି ଓ ଏୟାରବ୍ୟାଗ୍ ଭଳି ନିରାପତ୍ତା ବ୍ୟବସ୍ଥା ରହିଛି। ଏହି ଅବସରରେ ରେନୋ ଭୁବନେଶ୍ବର ନର୍ଥର ଜିଏମ୍ (ବିକ୍ରି) ବିଭୂତି ଭୂଷଣ ଭୂୟାଁ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର