ବ୍ୟାଙ୍କ ଘରୋଇକରଣକୁ ନେଇ ରିଜର୍ଭ ବ୍ୟାଙ୍କର ସ୍ପଷ୍ଟୀକରଣ: ଆଭିମୁଖ୍ୟକୁ ପ୍ରଶଂସା

ମୁମ୍ବାଇ : ଶୁକ୍ରବାର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିବା ବ୍ୟାଙ୍କ ଘରୋଇକରଣ ସଂକ୍ରାନ୍ତ‌ ରିପୋର୍ଟ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଆଜି ସ୍ପଷ୍ଟୀକରଣ ରଖିଛି। ବଡ଼ ଧରଣର ଘରୋଇକରଣ ପରିବର୍ତ୍ତେ ପର୍ଯ୍ୟାୟକ୍ରମେ ବା ଧୀରେ ଧୀରେ ଘରୋଇକରଣ ନେଇ ସରକାର ଯେଉଁ ଆଭିମୁଖ୍ୟ ରଖିଛନ୍ତି ତାହାକୁ ରିଜର୍ଭ ବ୍ୟାଙ୍କ ଉକ୍ତ ସ୍ପଷ୍ଟୀକରଣରେ ପ୍ରଶଂସା କରିଛି।

ଅଗଷ୍ଟ ମାସ ବୁଲେଟିନ୍‌ରେ ନିବନ୍ଧରେ ଯେଉଁ ମତ ପ୍ରକାଶ ପାଇଛି ତାହା ରିଜର୍ଭ ବ୍ୟାଙ୍କର ନୁହେଁ, ଗବେଷକମାନଙ୍କର ବୋଲି ରିଜର୍ଭ ବ୍ୟାଙ୍କ କହିଛି। ଗବେଷକମାନେ ନିବନ୍ଧରେ ପର୍ଯ୍ୟାୟକ୍ରମେ ସରକାରୀ ବ୍ୟାଙ୍କର ଘରୋଇକରଣ ପାଇଁ ମତ ଦେଇଛନ୍ତି। କରୋନା ଭଳି ମହାମାରୀ ସମୟରେ ଯଦି ଦୃଢ଼ ସରକାରୀ ବ୍ୟାଙ୍କ ନଥା’ନ୍ତା ତାହେଲେ ବ୍ୟାଙ୍କିଂ କ୍ଷେତ୍ର ଏବଂ ଅର୍ଥନୀତି ଉପରେ ଅସ୍ଥିର ପ୍ରଭାବ ଅଧିକ ମାତ୍ରାରେ ପଡ଼ିଥାନ୍ତା। ସରକାରୀ ବ୍ୟାଙ୍କର ଘରୋଇକରଣ ଧୀର ମାତ୍ରାରେ କରାଗଲେ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଭଳି ସାମାଜିକ ଲକ୍ଷ୍ୟ ହାସଲରେ ଶୂନ୍ୟତା ସୃଷ୍ଟିହେବ ନାହିଁ। ତେଣୁ ନିବନ୍ଧ ଲେଖିଥିବା ଲେଖକମାନେ ବଡ଼ଧରଣର ବ୍ୟାଙ୍କ ଘରୋଇକରଣ ପରିବର୍ତ୍ତେ ଧୀର ପଦକ୍ଷେପ ସପକ୍ଷରେ ମତ ଦେଇଛନ୍ତି ବୋଲି ରିଜର୍ଭ ବ୍ୟାଙ୍କ କହିଛି।

ସମ୍ବନ୍ଧିତ ଖବର