ସମ୍ବାଦ ସିଇଓ କନ୍‌କ୍ଲେଭ୍ ୨୦୨୩

ରୁପାରେ ନିର୍ମିତ ଅଳଙ୍କାର ଲୋକମାନଙ୍କର ଉଭୟ ପାରମ୍ପରିକ ଏବଂ ଆଧୁନିକ ଚାହିଦାକୁ ପୁରଣ କରିଥାଏ। ରୁପାରେ ନିର୍ମିତ ବାସନକୁସନକୁ ଲୋକମାନେ ଧାର୍ମିକ ଏବଂ ସ୍ବାସ୍ଥଗତ କାରଣରୁ ମଧ୍ୟ ବ୍ୟବହାର କରିଥାନ୍ତି। ସେ ଦୃଷ୍ଟିରେ ଦେଖିଲେ ରୁପାର ଚାହିଦା ଓ ଗ୍ରହଣଯୋଗ୍ୟତା ସବୁଦିନ ପାଇଁ ରହିବ। ତେବେ ଏହା ମୁଖ୍ୟତଃ ଏକ ଅସଙ୍ଗଠିତ ବଜାର ଭାବେ ରହିଥିବା‌ବେଳେ ଧୀରେ ଧୀରେ ଏହାର ସଂଗଠିତ ବଜାର ଆକାର ବଢ଼ୁଛି। ଚାନ୍ଦିଭଣ୍ଡାର ରାଜ୍ୟରେ ଲୋକମାନଙ୍କର ଏକ ପସନ୍ଦଯୋଗ୍ୟ ସୋ’ରୁମ୍‌ରେ ପରିଣତ ହୋଇଛି। ଏଥିପାଇଁ ବିଗତ କିଛିବର୍ଷ ମଧ୍ୟରେ ଆମେ ରାଜ୍ୟରେ ୭ଟି ଷ୍ଟୋର ଖୋଲିପାରିଛୁ ଏବଂ ଆସନ୍ତା ଦୁଇମାସ ମଧ୍ୟରେ ୩ଟି ନୂଆ ଷ୍ଟୋର ଖୋଲିବାକୁ ଯାଉଛୁ।

ଗତ ୧୦ ବର୍ଷ ମଧ୍ୟରେ ରୁପା ମୂଲ୍ୟ ଦୁଇଗୁଣା ହୋଇଛି। ୩୫ ହଜାର ଟଙ୍କାରୁ ବଢ଼ି ୭୦ ହଜାର ଟଙ୍କା ସ୍ତରରେ ପହଞ୍ଚିଛି। ଏଦୃଷ୍ଟିରୁ ଗ୍ରାହକଙ୍କ ବ୍ୟବହାରରେ ଆସୁଥିବା ପରିବର୍ତ୍ତନକୁ ଦେଖି ଆମେ ହାଲୁକା ଓଜନର ଗହଣାମାନ ପ୍ରସ୍ତୁତ କରୁଛୁ, ଯାହାଫଳରେ ଗ୍ରାହକମାନଙ୍କ ପକେଟକୁ ସେତେଟା ବାଧିବ ନାହିଁ। ସମ୍ବାଦ ପକ୍ଷରୁ ହେଉଥିବା ସିଇଓ କନକ୍ଲେଭ ନିଶ୍ଚିତଭାବେ ଏକ ଭଲ ପ୍ରୟାସ।ସବୁଠୁ ବଡ଼ ଶିଳ୍ପ କ୍ଷେତ୍ର ଭାବେ ଉଭା ହୋଇଛି।

ଲିପ୍‌ସା ହଂସ
ନିର୍ଦ୍ଦେଶିକା, ଚାନ୍ଦିଭଣ୍ଡାର

ସମ୍ବନ୍ଧିତ ଖବର