ମୁମ୍ବାଇ : ଭାରତୀୟ ଷ୍ଟେଟବ୍ୟାଙ୍କ ନିଜର ଋଣ ସୁଧହାର ୦.୦୫ ପ୍ରତିଶତ ବା ୫ ବେସିସ ପଏଣ୍ଟ ହ୍ରାସ କରିଛି । ପ୍ରାୟ ସବୁ ପ୍ରକାରର ମିଆଦୀ ଋଣ ପାଇଁ ଏହି ହ୍ରାସ ଲାଗୁ ହେବ । ଏହି ହ୍ରାସ ପରେ ଏକ ବର୍ଷ ମିଆଦ ପାଇଁ ବ୍ୟାଙ୍କର ଏମସିଏଲଆର ( ମାର୍ଜିନାଲ କଷ୍ଟ ବେସଡ ଲେଣ୍ଡିଂ ରେଟ) ୮.୫୦ ପ୍ରତିଶତକୁ ହ୍ରାସ ପାଇଛି । ପୂର୍ବରୁ ଏହା ୮.୫୫ ପ୍ରତିଶତ ଥିଲା । ଆସନ୍ତା କାଲି ଅର୍ଥାତ ଏପ୍ରିଲ ୧୦ରୁ ଏହା ଲାଗୁ ହେବ । ଅନ୍ୟପକ୍ଷରେ ଷ୍ଟେଟ ବ୍ୟାଙ୍କ ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗୃହଋଣ ଉପରେ ସୁଧ ହାର ୧୦ ବେସିସ ପଏଣ୍ଟ ବା ୦.୧ ପ୍ରତିଶତ ହ୍ରାସ କରିଛି । ଏହା ଫଳରେ ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ସୁଧହାର ୮.୬୦ରୁ ୮.୯୦ ପ୍ରତିଶତ ମଧ୍ୟରେ ରହିବ ।
Sambad is now on WhatsApp
Join and get latest news updates delivered to you via WhatsApp
କିଛି ଦିନ ପୂର୍ବେ ରିଜର୍ଭ ବ୍ୟାଙ୍କ ନିଜର ରେପୋ ହାର (ଯେଉଁ ହାରରେ ବ୍ୟାଙ୍କମାନେ ରିଜର୍ଭ ବ୍ୟାଙ୍କଠାରୁ ଋଣ ଆଣନ୍ତି) ୨୫ ବେସିସ ପଏଣ୍ଟ ହ୍ରାସ କରି ୬ ପ୍ରତିଶତ କରିଥିଲା । ରେପୋ ହାର ହ୍ରାସ ପରେ ବାଣିଜ୍ୟିକ ବ୍ୟାଙ୍କମାନେ ସୁଧହାର ହ୍ରାସ କରିବେ ବୋଲି ଆଶା କରାଯାଉଥିଲା ।