ସ୍ଥାୟୀ ଜମା ଉପରେ ସୁଧହାର ହ୍ରାସ କଲା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ
ମୁମ୍ବାଇ: ଆର୍ଥିକ ମାନ୍ଦାବସ୍ଥାର ମୁକାବିଲା କରିବା ପାଇଁ ରିଜର୍ଭ ବ୍ୟାଙ୍କ ଏବେ ବିଭିନ୍ନ ଘୋଷଣା କରୁଛି । ଋଣରେ ବାରମ୍ବାର ସୁଧହାର କମୁଥିବା ବେଳେ ଏବେ ସ୍ଥାୟୀ ଜମା ଉପରେ ବି ସୁଧ ହାର କମାଇଛି ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ । ଏଥିରେ ସବୁଠୁ ଅଧିକ ପ୍ରଭାବିତ ହେବେ ବରିଷ୍ଠ ନାଗରିକ, ସେମାନଙ୍କୁ ମିଳୁଥିବା କୋହଳକୁ ଉଠାଇ ନିଆଯାଇଥିବା ଜଣାପଡ଼ିଛି । ବର୍ଷକରୁ ଦୁଇ ବର୍ଷ ପାଇଁ ଜମା କରାଯାଇଥିବା ରାଶି ଉପରେ ୭ ପ୍ରତିଶତ ବଦଳରେ ଏବେ ୬.୯ ପ୍ରତିଶତ ହିସାବରେ ସୁଧ ମିଳିବ । ସେହିପରି ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ଥାୟୀ ଜମା ଉପରେ ସୁଧ ହାର ୩.୫ ରୁ ହ୍ରାସ କରି ୩.୨୫ କରାଯାଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ଅନୁସାରେ ଷ୍ଟେଟ ବ୍ୟାଙ୍କ ପରି ଦେଶର ଅନ୍ୟ ବ୍ୟାଙ୍କ ଗୁଡିକରେ ମଧ୍ୟ ସୁଧ ହାର ହ୍ରାସ କରାଯିବ । ଏବେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଏହି ପରିବର୍ତ୍ତିତ ସୁଧ ହାର ଦେଶର ପ୍ରାୟ ୪ କୋଟି ବରିଷ୍ଠ ନାଗରିକଙ୍କୁ ପ୍ରଭାବିତ କରିବ । ଏହି ନୂତନ ସୁଧହାର ଅକ୍ଟୋବର ୧୦ ତାରିଖ ଠାରୁ ଲାଗୁ ହୋଇଥିବା ବ୍ୟାଙ୍କ ପକ୍ଷରୁ ଘୋଷଣା କରାଯାଇଛି।