ଡୋର୍ ଷ୍ଟେପ୍‌ ବ୍ୟାଙ୍କିଙ୍ଗ: ଏଣିକି ବ୍ୟାଙ୍କକୁ ନ ଯାଇ ଘରେ ବସି ଏ ସବୁ ସୁବିଧାର ଲାଭ ଉଠାଇପାରିବେ

ମୁମ୍ବାଇ:  ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଦେଶର ସବୁଠାରୁ ବଡ଼ ବ୍ୟାଙ୍କ । ଏସବିଆଇ ନିଜ ଗ୍ରାହକଙ୍କ ପାଇଁ ସବୁବେଳେ କିଛି ନୂଆ କରିବା ପାଇଁ ଚେଷ୍ଟା କରିଥାଏ । ଗ୍ରାହକଙ୍କୁ କିଭଳି ଅଧିକରୁ ଅଧିକ ସୁବିଧା ଯୋଗାଇ ଦିଆଯିବ ସେ ନେଇ ବ୍ୟାଙ୍କ ସବୁବେଳେ ଚେଷ୍ଟା ଜାରି ରଖିଥାଏ । ଏବେ ପୁଣି ଥରେ ସେଭଳି ଏକ ବଡ଼ ସୁବିଧା ନେଇ ଆସିଛି ଷ୍ଟେଟ ବ୍ୟାଙ୍କ । ନିଜ ଗ୍ରାହକଙ୍କ ପାଇଁ ଡୋର୍ ଷ୍ଟେପ୍‌ ବ୍ୟାଙ୍କିଙ୍ଗର ସୁବିଧା ଆରମ୍ଭ କରିଛି ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ । ଏଥିରେ ଗ୍ରାହକଙ୍କୁ ବ୍ୟାଙ୍କ ଯିବାର ଆବଶ୍ୟକତା ନାହିଁ । ଏହି ସୁବିଧା ଦିବ୍ୟାଙ୍ଗ ଓ ବୟୋଜ୍ୟେଷ୍ଠଙ୍କ ପାଇଁ ଆରମ୍ଭ କରାଯାଇଛି । ଗ୍ରାହକ ଘରେ ବସି ଏହି ସୁବିଧାର ଲାଭ ଉଠାଇବା ସହ ନେଣ-ଦେଣ ଭଳି କାମ କରିପାରିବେ । ଏଥିପାଇଁ ଗ୍ରାହକଙ୍କୁ ବ୍ୟାଙ୍କ ଯାଇ ନିଜର ରେଜିଷ୍ଟ୍ରେସନ୍‌ କରିବାକୁ ହେବ ।

କେଉଁମାନେ ଉଠାଇପାରିବେ ଏହି ସେବାର ଲାଭ ?

ଏହି ସୁବିଧାର ଲାଭ ବୟୋଜ୍ୟେଷ୍ଠ, ଦିବ୍ୟାଙ୍ଗ ଓ ଅନ୍ୟ ସ୍ୱତନ୍ତ୍ର ସୁବିଧାର ଅଧିକାର ଥିବା ଗ୍ରାହକ ଉଠାଇପାରିବେ । ଏହା ଫଳରେ ଗ୍ରାହକଙ୍କ ଘରକୁ ଯାଇ ବ୍ୟାଙ୍କ ସେବା ଯୋଗାଇଦେବ।

ଏହି ସୁବିଧାର ଲାଭ ଜଣେ ସେତେବେଳେ ଉଠାଇପାରିବ, ଯେବେ କେୱାଇସି ଅପଡେଟେଡ୍‌ ହୋଇଥିବ ଓ ମୋବାଇଲ ନମ୍ବର ପଂଜିକୃତ ଥିବ ।

ଏଥିପାଇଁ ଏକ ସର୍ତ୍ତ ରହିଛି । ସର୍ତ୍ତଟି ହେଲା ବ୍ୟାଙ୍କର ବ୍ରାଞ୍ଚ ୫କିମି ପରିଧିରେ ହେବା ଉଚିତ୍‌ । ଏହି ସୁବିଧା କେବଳ ବ୍ୟକ୍ତିଗତ ଆକାଉଣ୍ଟ ହୋଲ୍‌ଡରଙ୍କ ପାଇଁ ଉପଲବ୍ଧ ।

କ’ଣ କ’ଣ ସୁବିଧା ମିଳିବ ?

କ୍ୟାସ ନେଣଦେଣ କରିପାରିବେ ।

ଚେକ୍‌ ନେବା, ଚେକବୁକ୍‌ ନେବା, ଡ୍ରାଫ୍‌ଟ ଦେବା ଭଳି କାମ କରିପାରିବେ ।

ଇନକମ ଟ୍ୟାକ୍ସ ସହିତ ସମ୍ବନ୍ଧିତ କାମ କରାଇପାରିବେ ।

କ’ଣ ଏହି ସେବା ପାଇଁ ଶୁଳ୍କ ଦେବାକୁ ପଡିବ ?

ଷ୍ଟେଟ ବ୍ୟାଙ୍କ ଡୋର ଷ୍ଟେପ୍‌ ବ୍ୟାଙ୍କିଙ୍ଗ ପାଇଁ ମାମୁଲି ଚାର୍ଜ ଲଗାଇଛି । ଯୋଗ୍ୟ ଗ୍ରାହକଙ୍କୁ ଏହା ବଦଳରେ କିଛି ଶୁଳ୍କ ଦେବାକୁ ପଡ଼ିବ ।

ପ୍ରତ୍ୟେକ ରେଜିଷ୍ଟ୍ରେସନ ଉପରେ ଗ୍ରାହକଙ୍କୁ ୧୦୦ ଟଙ୍କା ଦେବାକୁ ପଡ଼ିବ ।

ଅନ୍ୟ କାମ ପାଇଁ ୬୦ଟଙ୍କା ଦେବାକୁ ପଡିବ ।

ଅଧିକ ସୂଚନା ପାଇଁ ଅଫିସିଆଲ ୱେବସାଇଟ୍‌ ଙ୍ଗଙ୍ଗଙ୍ଗ.ଗ୍ଦଭସ.ମକ୍ଟ.ସଦ୍ଭକୁ ଯାଆନ୍ତୁ ଏବଂ ନିକଟସ୍ଥ ବ୍ରାଞ୍ଚକୁ ଯାଇ ସଂପର୍କ କରନ୍ତୁ ।

ସମ୍ବନ୍ଧିତ ଖବର