ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ‘ସେବି’ ପାଭିଲିୟନ

ନୂଆଦିଲ୍ଲୀ: ଚଳିତ ମାସ ୧୪ରୁ ୨୭ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳା ୨୦୨୨ରେ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ପକ୍ଷରୁ ‘ଭାରତ କା ସେୟାର ବଜାର’ ନାମରେ ଏକ ପାଭିଲିୟନ ସ୍ଥାପନ କରାଯାଇଛି। ଏଥି ସହିତ ଏହି‌ ମେଳାରେ ବିଏସ୍‌ଇ, ଏନ୍‌ଏସ୍‌ଇ, ଏନ୍‌ଏସ୍‌ଡିଏଲ୍‌, ସିଡିଏସ୍‌ଏଲ୍‌, ଏଏମ୍‌ଏଫ୍‌ଆଇ, ଏନ୍‌ସିଡିଇଏକ୍ସ, ଏମ୍‌ସିଏକ୍ସ, ସିପିଏଆଇ ଏବଂ ଏଏନ୍‌ଏମ୍‌ଆଇ ଭଳି ସଂସ୍ଥା ଅଂଶଗ୍ରହଣ କରୁଛନ୍ତି। ଚଳିତ ବର୍ଷ କାର୍ଯ୍ୟକ୍ରମର ବିଷୟବସ୍ତୁ ରହିଛି ‘ନିବେଶର ଅମୃତକାଳ’।

ନିବେଶକ ସଚେତନତା ଓ ନିବେଶକ ଶିକ୍ଷ‌ା କାର୍ଯ୍ୟକ୍ରମର ଅଂଶ ଭାବେ ସେବି ଏହି ମେଳାରେ ଯୋଗ ଦେଇଛି। ୨୦୧୯ ପରଠାର ସାରା ଦେଶରେ ଏହା ୪୭ ହଜାରରୁ ଅଧିକ ନିବେଶକ ଶିକ୍ଷା ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଛି। ଏଥର ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ସେବି ପକ୍ଷରୁ ବଜାର ବିଶେଷଜ୍ଞମାନଙ୍କୁ ନେଇ ଟକ୍ ସୋ’, କୁଇଜ୍ ଭଳି କାର୍ଯ୍ୟକ୍ରମ ଆୟୋଜନ କରାଯିବ। ବେଆଇନ ଉପାୟରେ ଟଙ୍କା ସଂଗ୍ରହ ଭଳି ସ୍କିମ୍ ବିଷୟରେ ଲୋକଙ୍କୁ ସଚେତନ କରାଯିବ।

ସମ୍ବନ୍ଧିତ ଖବର