୯ ଦିନ ହେଲା ଖସୁଛି ସେନ୍‌ସେକ୍ସ

ମୁମ୍ବାଇ,: ବମ୍ବେ ଷ୍ଟକ ବଜାରର ସେନ୍‌ସେକ୍‌ସ୍‌ କ୍ରମାଗତ ନବମ ଦିନ ପର୍ଯ୍ୟନ୍ତ ହ୍ରାସ ପାଇଛି। ଆଜି ସେନ୍‌ସେକ୍ସ ୧୪୫ ପଏଣ୍ଟ୍‌ ହ୍ରାସ ପାଇ ୩୫,୩୫୨ ପଏଣ୍ଟ୍‌କୁ ଖସିଯାଇଛି। କାରବାରର ଶେଷ ପର୍ଯ୍ୟାୟରେ କେତେକ ନିବେଶକ ନିଜ ପାଖରେ ଥିବା ସେୟାର ବିକ୍ରି କରିଦେବାରୁ ସେନ୍‌ସେକ୍ସ ତଳକୁ ଖସିଯାଇଥିଲା। ବିଗତ ଆଠ ବର୍ଷ ଭିତରେ ସେନ୍‌ସେକ୍ସରେ ଏମିତି କ୍ରମାଗତ ହ୍ରାସ ଦେଖିବାକୁ ମିଳିନଥିଲା। ଶେଷ ଥର ପାଇଁ ୨୦୧୩ ଅଗଷ୍ଟରେ ସେନ୍‌ସେକ୍ସ କ୍ରମାଗତ ଆଠ ଦିନ ହ୍ରାସ ପାଇଥିଲା। ଏଥରର କ୍ରମାଗତ ୯ ଦିନ ହ୍ରାସ ଯୋଗୁ ଷ୍ଟକ ବଜାରରେ ନିବେଶକମାନେ ବିପୁଳ କ୍ଷତି ସହିଛନ୍ତି। ନିବେଶକମାନଙ୍କ ୫.୬୯ ଲକ୍ଷ କୋଟି ଟଙ୍କା କ୍ଷତି ହୋଇସାରିଲାଣି। ଗତ ଫେବ୍ରୁଆରି ୬ ତାରିଖରେ ଷ୍ଟକ ବଜାରରେ ତାଲିକାଭୁକ୍ତ ଥିବା କଂପାନିଗୁଡ଼ିକର ମୋଟ୍‌ ବଜାର ପୁଞ୍ଜି ପରିମାଣ ୧୪୨ ଲକ୍ଷ କୋଟି ଟଙ୍କା ଥିଲା ତାହା ୧୩୬ ଲକ୍ଷ କୋଟି ଟଙ୍କାକୁ ଖସି ଆସିଛି।

ସମ୍ବନ୍ଧିତ ଖବର