ସେୟାର ବଜାର: ସେନ୍‌ସେକ୍ସ୍‍ ୧୬୦୦ ପଏଣ୍ଟ୍‌ ଖସିଲା

ମୁମ୍ବାଇ: ୟେସ୍‌ ବ୍ୟାଙ୍କ୍‌ ସମ୍ପୃକ୍ତ ଆର୍ଥିକ ଦୁର୍ନୀତି, କରୋନାଭାଇରସ୍‌ ସଂକ୍ରମଣ ଏବଂ ଅଶୋଧିତ ତୈଳ ଦର ହ୍ରାସ କାରଣରୁ ସୋମବାର ଦିନ ଭାରତୀୟ ସେୟାର୍‌ ବଜାର ନିମ୍ନଗାମୀ ହୋଇଛି।

ସକାଳ ପ୍ରାୟ ୯: ୪୫ ବେଳକୁ ବିଏସ୍‌ଇ ସେନ୍‌ସେକ୍‌ସ୍‌ ୧, ୪୦୯. ୦୫ ପଏଣ୍ଟ୍‌ ବା ୩. ୭୫% ହ୍ରାସ ପାଇ ୩୬, ୧୬୭. ୫୭ ପଏଣ୍ଟ୍‌ରେ ଥିଲା। ଏନ୍‌ଏସ୍‌ଇ ନିଫ୍‌ଟି ମଧ୍ୟ ୪୦୨. ୩୦ ପଏଣ୍ଟ୍‌ ବା ୩. ୬୬% ହ୍ରାସ ପାଇ ୧୦, ୫୮୭. ୧୫ ପଏଣ୍ଟ୍‌ରେ ଟ୍ରେଡିଙ୍ଗ୍‌ ହେଉଥିଲା। କିନ୍ତୁ, ପୂର୍ବାହ୍ନ ୧୧ଟା ପରେ ପରେ ସେନ୍‌ସେକ୍ସ ୧, ୬୪୬. ୧୭ ବା ୪. ୩୮% ଖସି ୩୫, ୯୩୦ ପଏଣ୍ଟ୍‌କୁ ଖସି ଆସିଲା। ନିଫ୍‌ଟି ମଧ୍ୟ ୪୫୯. ୭୫ ବା ୪. ୧୮% କମି ୧୦, ୫୨୯. ୭୦କୁ ଚାଲି ଆସିଛି।

Image Source: Hindustan Times

ବିଶେଷସୂତ୍ରରୁ ଜଣାପଡ଼ିଛି ଯେ ବିଶ୍ୱ ବଜାରରେ ଅଶୋଧିତ ତୈଳ ମୂଲ୍ୟ ହଠାତ୍‌ ୩୦% ହ୍ରାସ ପାଇବାରୁ ରିଲାଏନ୍‌ସ୍‌ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ସେୟାର୍‌ ପ୍ରାୟ ୮% କମିଯାଇଛି। ଏଚ୍‌ପିସିଏଲ୍‌, ବିପିସିଏଲ୍‌, ଆଇଓସି ଭଳି ତୈଳ କମ୍ପାନିଗୁଡ଼ିକ ମଧ୍ୟ ସକାଳ ବ୍ୟବସାୟରେ ଖୁମ୍‌ କ୍ଷତି ସହିଛନ୍ତି।
ୟେସ୍‌ ବ୍ୟାଙ୍କ୍‌ ସମ୍ପୃକ୍ତ ଆର୍ଥିକ ଦୁର୍ନୀତି ଯୋଗୁଁ ମଧ୍ୟ ସେୟାର ବଜାର ନିବେଶକମାନେ ଚିନ୍ତିତ ଅଛନ୍ତି। ଏହାଛଡ଼ା କରୋନାଭାଇରସ୍‌ର ଦ୍ରୁତ ସଂକ୍ରମଣ ଯୋଗୁଁ ମଧ୍ୟ ବିଶ୍ୱ ବଜାରରେ ବ୍ୟବସାୟ ମାନ୍ଦା ହେଉଥିବା ଖବର ଆସୁଛି। ଏଥିପାଇଁ ମଧ୍ୟ ସେୟାର୍‌ ବଜାର ନିବେଶକମାନେ ଆତଙ୍କିତ ହୋଇ ପଡ଼ିଛନ୍ତି।

ସମ୍ବନ୍ଧିତ ଖବର