ଝାରସୁଗୁଡ଼ାରୁ ଚେନ୍ନାଇ ବିମାନସେବା ଆରମ୍ଭ କରିବ ସ୍ପାଇସ ଜେଟ୍

ନୂଆଦିଲ୍ଲୀ : ଘରୋଇ ବିମାନସେବା କମ୍ପାନି ସ୍ପାଇସ ଜେଟ୍ ଆସନ୍ତା ମାର୍ଚ୍ଚ ୨୮ରୁ  ପ୍ରାୟ ୬୬ଟି ନୂଆ ଫ୍ଲାଇଟ ଚଳାଚଳ ଆରମ୍ଭ କରିବ । ଏସବୁ ନୂଆ ଫ୍ଲାଇଟ୍ ଓଡ଼ିଶାର କେତେକ ରୁଟ, ଦରଭଙ୍ଗା, କୋଲକତା ଓ ମଧ୍ୟପ୍ରଦେଶର କେତେକ ରୁଟରେ ଚଳାଚଳ କରିବ । ଓଡ଼ିଶାର ଝାରସୁଗୁଡ଼ାରୁ ଚେନ୍ନାଇକୁ ସ୍ପାଇସଜେଟ ବିମାନସେବା ଆରମ୍ଭ ହେବ ।

ମିଳିଥିବା ସୂଚନା ଅନୁସାରେ ଏସବୁ ନୂଆ ବିମାନ ଚଳାଚଳ ପାଇଁ କମ୍ପାନି ବୋଇଂ୭୩୭ ଓ ବୋମ୍ବାଡିଆର କ୍ୟୁ୪୦୦ ବିମାନର ବ୍ୟବହାର କରିବ । କମ୍ପାନିର ଯୋଜନା ଅନୁସାରେ କେତେକ ପୁରୁଣା ରୁଟ ଓ କେତେକ ନୂଆ ରୁଟରେ ଏସବୁ ବିମାନ ଚଳାଚଳ କରିବ ।

ଚଳିତ ଗ୍ରୀଷ୍ଣଋତୁରେ କମ୍ପାନି ୬୬ଟି ନୂଆ ଫ୍ଲାଇଟ ଚଳାଚଳ ଆରମ୍ଭ କରି ଆମର ବିମାନସେବା ନେଟଓ୍ବର୍କକୁ ଆହୁରି ସଂପ୍ରସାରିତ କରିବ ବୋଲି କହିଛନ୍ତି କମ୍ପାନିର ଚିଫ ଅପରେଟିଂ ଅଫିସର ଶିଳ୍ପା ଭାଟିଆ ।

ଇତିମଧ୍ୟରେ କମ୍ପାନି ପକ୍ଷରୁ ଓଡ଼ିଶାର ଝାରସୁଗୁଡ଼ାରୁ କେତେକ ରୁଟରେ ବିମାନ ଚଳାଚଳ ଜାରି ରହିଛି । ସେଗୁଡ଼ିକ ମଧ୍ୟରେ ରହିଛି  ଝାରସୁଗୁଡ଼ାରୁ ଦିଲ୍ଲୀ, ହାଇଦ୍ରାବାଦ ଓ କୋଲକତାକୁ ବିମାନଚଳାଚଳ  । ଖୁବଶୀଘ୍ର ଝାରସୁଗୁଡ଼ାରୁ ଚେନ୍ନାଇକୁ ବିମାନ ଚଳାଚଳ ଆରମ୍ଭ ହେବ ବୋଲି କମ୍ପାନି ପକ୍ଷରୁ ସୂଚନା ଦିଆଯାଇଛି ।

 

ସମ୍ବନ୍ଧିତ ଖବର