ଏସ୍‌ଆର୍‌ଏମ୍‌ ବିଶ୍ୱବିଦ୍ୟାଳୟକୁ ୪ ଷ୍ଟାର୍‌ ରେଟିଂ

ଭୁବନେଶ୍ୱର: ବିଶ୍ୱ ସ୍ତରୀୟ ଅଗ୍ରଣୀ ଉଚ୍ଚ ଶିକ୍ଷା କଂପାନି କ୍ୱାକ୍ୱାରେଲି ସାଇମଣ୍ଡସ୍‌ (କ୍ୟୁଏସ୍‌) ପକ୍ଷରୁ ଏସ୍‌ଆର୍‌ଏମ୍‌୍‌ ବିଶ୍ୱବିଦ୍ୟାଳୟକୁ ୪ ଷ୍ଟାର୍‌ ରେଟିଂ ପ୍ରଦାନ କରାଯାଇଛି। ଭାରତର କେବଳ ଦୁଇଟି ବିଶ୍ୱବିଦ୍ୟାଳୟ ଏହି ମାନ୍ୟତା ପାଇଛନ୍ତିି। ଏହି ରେଟିଂ ସହିତ ବିଶ୍ୱର ୨୭୫ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ଏସ୍‌ଆର୍‌ଏମ୍‌କୁ ଶ୍ରେଷ୍ଠ ୧୨୫ଟି ୪ ଷ୍ଟାର୍‌ ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ମିଳିଛି। ବିଶ୍ୱ ସ୍ତରରେ ଆମର ବିଶ୍ୱବିଦ୍ୟାଳୟକୁ ମାନ୍ୟତା ପ୍ରଦାନ କରାଯାଇଥିବାରୁ ଆମେ ଗର୍ବିତ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି। ଏସ୍‌ଆରଏମ୍‌ ବିଶ୍ୱବିଦ୍ୟାଳୟକୁ ୪ ଷ୍ଟାର୍‌ ରେଟିଂ ପ୍ରଦାନ କରି ଆମେ ଆନନ୍ଦିତ ବୋଲଇ କ୍ୟୁଏସ୍‌ ରେଟିଂର ଅଶ୍ୱିନୀ ଫର୍ଣ୍ଣାଡିସ୍‌ କହିଛନ୍ତି।

ସମ୍ବନ୍ଧିତ ଖବର