ବିଟ୍‌କଏନ୍‌ରେ କିଣିହେବ ଟେସ୍‌ଲା କାର୍‌

ନୂଆଦିଲ୍ଲୀ: ଗତ କିଛିବର୍ଷ ହେଲା କ୍ରିପ୍ଟୋକରେନ୍ସି ଚର୍ଚ୍ଚାରେ ରହିଛି। କ୍ରିପ୍ଟୋକରେନ୍ସି ଗୁଡ଼ିକ ମଧ୍ୟରେ ବିଟ୍‌କଏନ୍‌ର ବ୍ୟବହାର ଏବଂ ମୂଲ୍ୟ ଅଧିକ ରହିଛି। ତେବେ ଆଜି ଏ ସଂପର୍କରେ ଏକ ବଡ଼ ଘୋଷଣା ବିଶ୍ବର ଧନୀବ୍ୟକ୍ତି ତଥା ଇଲେକ୍ଟ୍ରିକ୍‌ କାର୍‌ ନିର୍ମାତା ଟେସ୍‌ଲାର ପ୍ରତି‌ଷ୍ଠାତା ତଥା ସିଇଓ ଏଲନ୍ ମସ୍କ ଘୋଷଣା କରିଛନ୍ତି। ସେ ନିକଟ ଭବିଷ୍ୟତରେ ବିଟ୍‌କଏନ୍‌ରେ ଗ୍ରାହକଙ୍କୁ ତାଙ୍କ କମ୍ପାନିର କାର୍‌ ବିକ୍ରି କରିବେ ବୋଲି କହିଛନ୍ତି। ଏଥିସହିତ ସେ ଏହା ମଧ୍ୟ ଘୋଷଣା କରିଛନ୍ତି ଯେ, ବିଟକଏନ୍‌ରେ ସେ ପ୍ରାୟ ୧୫୦ କୋଟି ଡଲାର ନିବେଶ କରିଛନ୍ତି। ମସ୍କଙ୍କ ଏହି ଘୋଷଣା ପରେ ଉକ୍ତ ଇଲେକ୍ଟ୍ରୋନିକ୍‌ ମୁଦ୍ରାର ମୂଲ୍ୟ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି ଘଟିଛି।

ସମ୍ବନ୍ଧିତ ଖବର