କଥା ଅନୁସାରେ କାମ କରିବ ଟିଭି

ନୂଆଦିଲ୍ଲୀ: ବର୍ତ୍ତମାନର ଯୁଗ ହେଉଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତାର। ଫୋନ୍‌ଠାରୁ ଆରମ୍ଭ କରି ରେଫ୍ରିଜରେଟର ପର୍ଯ୍ୟନ୍ତ ପ୍ରାୟତଃ ସବୁ ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀରେ ଏହି ପ୍ରଯୁକ୍ତିର ବ୍ୟବହାର ଦେଖିବାକୁ ମିଳୁଛି। ଏଲ୍‌ଜି ପକ୍ଷରୁ ଆଜି ଏହି ପ୍ରଯୁକ୍ତିରେ ପ୍ରସ୍ତୁତ ସ୍ମାର୍ଟଟିଭିର ବଜାର ପ୍ରବେଶ କରାଯାଇଛି। କମ୍ପାନି ଏହି ଟିଭିର ନାମ ‘ଥିନ୍‌କ୍ୟୁ’ ରଖିଛି। ୩୨ ଇଞ୍ଚରୁ ୭୭ ଇଞ୍ଚ ପର୍ଯ୍ୟନ୍ତ ସ୍କି୍ରନ୍‌ ସାଇଜ୍‌ର ୨୫ଟି ମଡେଲ ଟିଭି ଏଲ୍‌ଜି ଆଣିଛି ଯେଉଁଥିରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ରହିଛି। ଏହି ଟିଭିର ବିଶେଷତ୍ୱ ହେଉଛି ଏହା ମଣିଷର କଥା ଅନୁସାରେ ପରିଚାଳିତ ହେବ। ଟିଭିରେ ସର୍ଚ୍ଚ ପାଇଁ ଆଉ ରିମୋଟର ବଟନ୍‌କୁ ଦବାଇବାକୁ ପଡ଼ିବ ନାହିଁ। ସର୍ଚ୍ଚ ଏବଂ ନାଭିଗେସନ୍‌ ଭଳି କାର୍ଯ୍ୟ ସମ୍ପାଦନ ପାଇଁ ଟିଭି ରିମୋଟ୍‌ର ମାଇକ୍ରୋଫୋନ୍‌କୁ କହିଦେଲେ ତାହା ଯଥେଷ୍ଟ ହେବ। ଟିଭି ଏବଂ ସ୍ମାର୍ଟଫୋନ୍‌ରେ ଏକସଙ୍ଗରେ ସମାନ କଣ୍ଟେଣ୍ଟ୍‌କୁ ଦେଖିହେବ। ଏଲ୍‌ଜି ପକ୍ଷରୁ ଅଣାଯାଇଥିବା ଏହି ଟିଭି ପାଇଁ ୮୦୦ରୁ ଅଧିକ କମାଣ୍ଡ୍‌କୁ ସେଟ୍‌ କରାଯାଇଛି। ଏହି ଟିଭି ଗୁଡ଼ିକର ମୂଲ୍ୟ ୩୨,୫୦୦ ଟଙ୍କାରୁ ଆରମ୍ଭ ହୋଇ ୨୯,୪୯, ୯୯୦ ଟଙ୍କା ପର୍ଯ୍ୟନ୍ତ ରହିଛି।

ସମ୍ବନ୍ଧିତ ଖବର