ଖୁବଶୀଘ୍ର ବସ ସେବା ଆରମ୍ଭ କରିପାରେ ଉବେର

ନୂଆଦିଲ୍ଲୀ: ଏଣିକି ବସ ଟିକଟ ଖଣ୍ଡେ ପାଇବା ପାଇଁ ଆପଣଙ୍କୁ ଏଣେତେଣେ ଯିବାକୁ ପଡିବ ନାହିଁ | କାରଣ ଅନଲାଇନ କ୍ୟାବ ସର୍ଭିସ ଦେଉଥିବା ଉବେର ଖୁବ ଶୀଘ୍ର ବସ ସେବା ଆରମ୍ଭ କରିବାର ଯୋଜନା କରୁଛି | ବର୍ତ୍ତମାନ ପରୀକ୍ଷାମୂଳକ ଭାବେ ଉବେର ଏହି ସେବାକୁ ଦିଲ୍ଲୀରେ ଆରମ୍ଭ କରିଛି | ପରେ ଅନ୍ୟ ମେଟ୍ରୋ ସହରରେ ଏହି ସେବାକୁ ଆରମ୍ଭ କରାଯିବ |

ଏବେ ଉବେର ନିଜ ଆପରେ ବସ ଆପ୍ଲିକେସନକୁ ମଧ୍ୟ ଦେଇଛି | ବସ ପ୍ରତି କେତେ ଲୋକଙ୍କର କେତେ ଆଗ୍ରହ ରହିଛି ତାହା ଏବେ ଉବେର ପରଖୁଛି | ଉବେରର ମୁଖ୍ୟ କାର୍ଯ୍ୟନିର୍ବାହୀ କହିଛନ୍ତି ଯେ କମ୍ପାନୀ ଏବେ ଏହି ସୁବିଧାର ପରୀକ୍ଷା କରୁଛି | ଏହି ବସ ସେବାରେ ଲୋକମାନେ ମେଟ୍ରୋ ସହରର ଭିନ୍ନ ଭିନ୍ନ ସ୍ଥାନକୁ ଯିବା ସହ ବସ ଷ୍ଟପ ସୁବିଧା ମଧ୍ୟ ଦିଆଯିବ |

ଟ୍ୟାକ୍ସି ବୁକିଂ କରିବା ଭଳି ଆପଣଙ୍କ ଗନ୍ତବ୍ୟ ସ୍ଥାନ ବାବଦରେ ପ୍ରଥମେ ଆପଣ ଆପରେ ଜଣାଇବେ | ଏହା ପରେ ବସ ବିକଳ୍ପ ଚୟନ କରି ଭଡା ଟଙ୍କା ଦେଖି ଆପଣ ବସ ଡାକି ପାରିବେ | ଉବେର ଆପ୍ଲିକେସନ ନିକଟରେ ଥିବା ବସ ଆପଣଙ୍କ ନିକଟରେ ପହଞ୍ଚାଇବ | ଆପଣ ଭଡା ଟଙ୍କା ବସରେ ଦେଇପାରିବେ କିମ୍ବା ଉବେରରେ ଅନଲାଇନ ପେମେଣ୍ଟ ମଧ୍ୟ କରିପାରିବେ |

ସମ୍ବନ୍ଧିତ ଖବର