ଏସ୍‌ବିଆଇ, ଏଚଡିଏଫ୍‌ସି, ଆଇସିଆଇସିଆଇ ଓ ଆକ୍ସିସ୍‌ ବ୍ୟାଙ୍କ ବ୍ୟବହାରକାରୀ ଏପରି କରନ୍ତୁ ଆକାଉଣ୍ଟ ସହିତ ଆଧାର ଲିଙ୍କ୍‌

ନୂଆଦିଲ୍ଳୀ: ଆଧାର ନମ୍ବର ସହିତ ବ୍ୟାଙ୍କ ଆକାଉଣ୍ଟ ସଂଯୋଗ କରିବା ବାଧ୍ୟତାମୂଳକ ହୋଇଯାଇଛି। ଯଦି ଆପଣ ଏଯାବତ୍‌ ବ୍ୟାଙ୍କ ଆକାଉଣ୍ଟ ସହିତ ଆଧାର ସଂଯୋଗ କରି ନାହାନ୍ତି ତେବେ ଆଗକୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ। ତେବେ ଆସନ୍ତୁ ଜାଣିବା ଆପଣ ନିଜେ କିପରି ବ୍ୟାଙ୍କ ଆକାଉଣ୍ଟ ସହିତ ଆଧାର ଲିଙ୍କ କରି ପାରିବେ। ଆଧାର ଲିଙ୍କ କରିବାର ଶେଷ ତାରିଖ ୨୦୧୭ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ରହିଥିଲା। ଏହାକୁ ବୃଦ୍ଧି କରାଯାଇ ୨୦୧୮ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ କରାଯାଇଛି।

ଏସ୍‌ବିଆଇ ବ୍ୟବହାରକାରୀ କିପରି କରିବେ ବ୍ୟାଙ୍କ ଆକାଉଣ୍ଟ ସହ ଆଧାର ଲିଙ୍କ

ବ୍ୟାଙ୍କ େଓ୍ଵବସାଇଟ୍‌ ମୁତାବକ ବ୍ୟବହାରକାରୀ କୌଣସି ବି ଏଟିଏମକୁ ଯାଇ ଆଧାର ସହିତ ଆକାଉଣ୍ଟ ଲିଙ୍କ୍‌ କରି ପାରିବେ। ସର୍ବପ୍ରଥମେ ଆପଣ ଡେବିଟ୍‌ କାର୍ଡକୁ ମେସିନ୍‌ରେ ସ୍ୱାଇପ୍‌ କରନ୍ତୁ। ତା’ପରେ ପିନ୍‌ ନମ୍ବର ଦିଅନ୍ତୁ। ଏହାପରେ ‘ସର୍ଭିସ୍‌ ରେଜିଷ୍ଟ୍ରେସନ’କୁ ଯାଆନ୍ତୁ। ଏହାପରେ ଆକାଉଣ୍ଟର ପ୍ରକାର ଚୟନ କରି ଆଧାର ନମ୍ବର ଦିଆନ୍ତୁ। ଆଧାର ନମ୍ବର କର୍ଣ୍ଣଫର୍ମ କରିବା ପାଇଁ ଦ୍ୱିତୀୟ ଥର ଦିଅନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ଆଧାର ନମ୍ବର ଲିଙ୍କ୍‌ ହୋଇଯିବ।

ଏସ୍‌ବିଆଇ ଇଣ୍ଟରନେଟ ବ୍ୟାଙ୍କିଂ:ସର୍ବ ପ୍ରଥମେ ଆପଣଙ୍କ ନେଟ ବ୍ୟାଙ୍କିଂ ଲଗ୍‌ଇନ୍‌ କରନ୍ତୁ। ଲଗ୍‌ଇନ୍‌ କରିବା ପରେ ମାଇ ଆକାଉଣ୍ଟରେ ‘ଲିଙ୍କ୍‌ ଇୟୋର ଆଧାର ନମ୍ବର’ ଉପରେ କ୍ଲିକ୍‌ କରନ୍ତୁ। କ୍ଲିକ୍‌ କରିବା ପରେ ଆକାଉଣ୍ଟ ପ୍ରକାର ଚୟନ କରନ୍ତୁ । ଏହାପରେ ଆଧାର ନମ୍ବର ପାଇଁ ବିକଳ୍ପ ଆସିବ। ଏଥିରେ ଆଧାର ନମ୍ବର ଦେଇ ସବ୍‌ମିଟ୍‌ କରି ଦିଅନ୍ତୁ। ଲିଙ୍କ ଦେବା ସମ୍ପର୍କରେ ସୂଚନା ଆପଣଙ୍କ ପଞ୍ଜିକରଣ ମୋବାଇଲ ନମ୍ବରକୁ ଚାଲି ଆସିବ।

ଆଇସିଆଇସିଆଇ ବ୍ୟାଙ୍କ: ବ୍ୟାଙ୍କର ମୋବାଇଲ ଆପ୍‌କୁ ପ୍ରଥମେ ଲଗ୍‌ ଇନ୍‌ କରନ୍ତୁ। ଏହାପରେ ସର୍ଭିସେସ୍‌ ଉପରେ କ୍ଲିକ୍‌ କରନ୍ତୁ। ଏହାପରେ ଇନ୍‌ଷ୍ଟାବ୍ୟାଙ୍କିଙ୍ଗ୍‌ ସର୍ଭିସେସ୍‌କୁ ଯାଇ ଅପଡେଟ ଆଧାର ଉପରେ କ୍ଲିକ୍‌ କରନ୍ତୁ। ଏଠାରେ ଆପଣ ଆଧାର ନମ୍ବର ଦେଇ ସବ୍‌ମିଟ୍‌ କରି ପାରିବେ।

ଆଇସିଆଇସିଆଇ ଇଣ୍ଟରନେଟ ବ୍ୟାଙ୍କିଂ: ସର୍ବ ପ୍ରଥମେ ନେଟ ବ୍ୟାଙ୍କିଂରେ ଲଗ୍‌ଇନ୍‌ କରନ୍ତୁ। ଏଠାରେ ଆପଣଙ୍କ ଆଧାର ନମ୍ବର ଅପଡେଟ୍‌ କରିବାର ଅପସନ୍‌ ସୂଚିତ ହେବ। ଏଠାରେ ଆଧାର ନମ୍ବର ଦେଇ ସବ୍‌ମିଟ୍‌ କରି ଦିଅନ୍ତୁ। ଏହାପରେ ଆପଣଙ୍କ ଆଧାର ବ୍ୟାଙ୍କ ଆକାଉଣ୍ଟ ସହିତ ଲିଙ୍କ ହୋଇଯିବ।

ଆଇସିଆସିଆଇ ବ୍ୟାଙ୍କ ଏଟିଏମ୍‌ : ଆଇସିଆସିଆଇ ଏଟିଏମ୍‌କୁ ଯାଇ କାର୍ଡ ସ୍ୱାଇପ୍‌ କରନ୍ତୁ। ଏହାପରେ ପିନ୍‌ ଦେଇ ମୋର୍‌ ଅପସନ୍‌କୁ ଯାଇ ଆଧାର ଅପଡେଟ୍‌ ଅପସନ୍‌ ଚୟନ କରନ୍ତୁ। ଏଠାରେ ଆଧାର ନମ୍ବର ଦେଇ ସବ୍‌ମିଟ୍‌ କରି ଦିଅନ୍ତୁ।

ଏଚ୍‌ଡିଏଫ୍‌ସି ବ୍ୟାଙ୍କର ନେଟବ୍ୟାଙ୍କିଂ: ସର୍ବପ୍ରଥମେ ନେଟ ବ୍ୟାଙ୍କିଂ ମାଧ୍ୟମରେ ଲଗ୍‌ଇନ୍‌ କରନ୍ତୁ। ଏହାପରେ ଆକାଉଣ୍ଟ ଅପସନ୍‌କୁ ଯାଇ ରିକ୍ୱେଷ୍ଟ ସେକ୍‌ସନ୍‌କୁ ଯାଆନ୍ତୁ। ଏଠାରେ ଅପଡେଟ୍‌ ଆଧାର ବିକଳ୍ପ ମିଳିବା ପରେ ଆପଣ ଆଧାର ନମ୍ବର ଦେଇ ଅପଡେଟ ଉପରେ କ୍ଲିକ୍‌ କରି ଦିଅନ୍ତୁ। ଏହାପରେ କର୍ଣ୍ଣଫର୍ମ ଅପସନ୍‌ ଚୟନ କରନ୍ତୁ। ଏପରି କରିବା ଦ୍ୱାରା ଆଧାର ବ୍ୟାଙ୍କ ଆକାଉଣ୍ଟରେ ସଂଯୋଗ ହୋଇଯିବ।

ଏଚଡିଏଫସି ମୋବାଇଲ ବ୍ୟାଙ୍କିଂ: ପ୍ରଥମେ ମୋବାଇଲ ଆପ୍‌ରେ ଲଗ୍‌ଇନ୍‌ କରନ୍ତୁ। ଆକାଉଣ୍ଟ ଅପସନ୍‌କୁ ଯାଇ ରିକ୍ୟୁଏଷ୍ଟ ସେକସନକୁ ଯାଆନ୍ତୁ। ଏହାପରେ ଭ୍ୟୁ/ଅପଡେଟ୍‌ ଆଧାରର ବିକଳ୍ପ ମିଳିଯିବ। ଏଠାରେ ଆପଣ ଆଧାର ନମ୍ବର ଦେଇ ଅପଡେଟ୍‌ ଉପରେ କ୍ଲିକ୍‌ କରି ଦିଅନ୍ତୁ।

ଆକ୍ସସିସ୍‌ ବ୍ୟାଙ୍କ ଇଣ୍ଟରନେଟ୍‌ ବ୍ୟାଙ୍କିଂ: ନେଟ୍‌ବ୍ୟାଙ୍କିଂରୁ ନିଜର ଆକାଉଣ୍ଟ ଲଗ୍‌ଇନ୍‌ କରନ୍ତୁ। ଏହାପରେ ଆଧାର ସେଣ୍ଡିଂ ଅପସନ୍‌ ଉପରେ କ୍ଲିକ୍‌ କରନ୍ତୁ। ଏଠାରେ ଆପଣ ଆଧାର ନମ୍ବର ସହିତ ଆବଶ୍ୟକ ସୂଚନା ଦେଇ ସବ୍‌ମିଟ୍‌ କରି ଦିଅନ୍ତୁ। ଏହାଦ୍ୱାରା ଆପଣଙ୍କ ଆକାଉଣ୍ଟ ସହିତ ଆଧାର ସହିତ ସଂଯୋଗ ହୋଇଯିବ।

ଆକ୍ସସିସ୍‌ ବ୍ୟାଙ୍କ ଏଟିଏମ୍‌ : ଏଟିଏମ୍‌କୁ ଯାଇ କାର୍ଡ ସ୍ୱାଇପ୍‌ କରନ୍ତୁ। ରେଜିଷ୍ଟ୍ରସନ୍‌ ଉପରେ କ୍ଲିକ୍‌ କରି ଆପଣଙ୍କ ପିନ୍‌ ନମ୍ବର ଦେଇ ଦିଅନ୍ତୁ। ଏହାପରେ ଲିଙ୍କ୍‌ ଆଧାର ନମ୍ବରର ବିଳକ୍ପ ରହିଥିବ। ଆପଣ ଏହା ଉପରେ କ୍ଲିକ୍‌ କରନ୍ତୁ। ଏହାପରେ ଆକାଉଣ୍ଟ ଟାଇପ୍‌ ଚୟନ କରି ଅପଡେଟ୍‌ ଅପସନ୍‌ ସିଲେକ୍ଟ କରନ୍ତୁ। ଏଠାରେ ଆଧାର ନମ୍ବର ଦେଇ କର୍ଣ୍ଣଫର୍ମ ଉପରେ କ୍ଲିକ୍‌ କରନ୍ତୁ। ଏହାପରେ ଆପଣଙ୍କ ଆଧାର ନମ୍ବର ବ୍ୟାଙ୍କ ଆକାଉଣ୍ଟ ସହିତ ଲିଙ୍କ ହୋଇଯିବ।

ସମ୍ବନ୍ଧିତ ଖବର