ଗାଡ଼ି ଟାୟାରକୁ ମିଳିବ ଷ୍ଟାର୍‌ ରେଟିଂ

ନୂଆଦିଲ୍ଲୀ: ଗାଡ଼ିରେ ବ୍ୟବହାର କରାଯାଉଥିବା ଟାୟାରଗୁଡ଼ିକୁ ଷ୍ଟାର ରେଟିଂ ପ୍ରଦାନ କରାଯିବ। ଏଥିପାଇଁ ତିନି ପ୍ରକାର ବିଷୟକୁ ବିଚାରକୁ ନିଆଯିବ। ତାହା ହେଉଛି ଟାୟାରର ଘୂର୍ଣ୍ଣନ ସହନଶୀଳତା, ଓଦା ଗ୍ରିପ୍ ଓ ଘୂରିବା ବେଳେ ଟାୟାରରୁ ସୃଷ୍ଟି ହେଉଥିବା ଶବ୍ଦ ପ୍ରଦୂଷଣ। ଯେଉଁ ଟାୟାରର ଘୂର୍ଣ୍ଣନ ସହନଶୀଳତା ଅଧିକ ସେହି ଟାୟାର ବ୍ୟବହାର ହୋଇଥିବା ଗାଡ଼ିର ମାଇଲେଜ୍ ଅଧିକ ରହିବ। ଓଦା ଗ୍ରିପ୍ ପାଇଁ ଅଧିକ ରେଟିଂ ମିଳିଲେ ସେହି ଟାୟାରର ବ୍ରେକ୍‌ ଦକ୍ଷତା ବହୁତ ଭଲ ବୋଲି ବିଚାର କରାଯିବ। ସେହିପରି କମ୍ ଶବ୍ଦ ପ୍ରଦୂଷଣ କରିବା ଲାଗି ଅଧିକ ‌ରେଟିଂ ପାଇଥିବା ଟାୟାର ବ୍ୟବହାର କଲେ ଗାଡ଼ିଚାଳନା ଅନୁଭୂତି ଆରାମଦାୟକ ରହିବ।

ସମ୍ବନ୍ଧିତ ଖବର