ଜିଓ ପ୍ଲାଟଫର୍ମସ୍‌ରେ ୧୧,୩୬୭ କୋଟି ଟଙ୍କା ନିବେଶ କରିବ ଭିଷ୍ଟା ଇକ୍ୱିଟି ପାର୍ଟନର୍ସ

ଭୁବନେଶ୍ୱର / ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ (ଆର୍‌ଆଇଏଲ୍‌) ଓ ଜିଓ ପ୍ଲାଟଫର୍ମସ୍‌ ଲିମିଟେଡ୍‌ ପକ୍ଷରୁ ଶୁକ୍ରବାର ଏକ ମହତ୍ୱପୂର୍ଣ୍ଣ ଘୋଷଣା କ୍ରମରେ ବିଶ୍ୱର ପ୍ରମୁଖ ଘରୋଇ ଇକ୍ୱିଟି ସଂସ୍ଥା ଭିଷ୍ଟା ଇକ୍ୱିଟି ପାର୍ଟନର୍ସ (ଭିଷ୍ଟା) ପକ୍ଷରୁ ଜିଓ ପ୍ଲାଟଫର୍ମସ୍‌ରେ ୧୧,୩୬୭ କୋଟି ଟଙ୍କା ନିବେଶ କରାଯିବାକୁ ଥିବା ଘୋଷଣା କରାଯାଇଛି।

ଜିଓ ପ୍ଲାଟଫର୍ମସର ମୋଟ ଇକ୍ୱିଟି ମୂଲ୍ୟ ୪.୯୧ ଲକ୍ଷ କୋଟି ଟଙ୍କା ଏବଂ ସଂସ୍ଥାଗତ ମୂଲ୍ୟ ୫.୧୬ ଲକ୍ଷ କୋଟି ଟଙ୍କା ଆକଳନ ହିସାବରେ ଭିଷ୍ଟାର ଏହି ନିବେଶ ଜିଓ ପ୍ଲାଟଫର୍ମସ୍‌ରେ ପୂର୍ଣ୍ଣଭିତ୍ତିରେ ବିଘଟିତ ହୋଇପାରୁଥିବା ୨.୩୨ ପ୍ରତିଶତ ଅଂଶଧନରେ ରୂପାନ୍ତରିତ ହେବ । ଏହି ନିବେଶ ଦ୍ୱାରା ରିଲାଏନ୍‌ସ ଇଣ୍ଡଷ୍ଟ୍ରିଜ୍‌ ଓ ଫେସବୁକ୍‌ ପରେ ଜିଓ ପ୍ଲାଟଫର୍ମସ୍‌ରେ ତୃତୀୟ ବୃହତ୍ତ ନିବେଶକ ହୋଇଛି ଭିଷ୍ଟା ଇକ୍ୱିଟି ପାର୍ଟନର୍ସ । ତିନି ସପ୍ତାହରୁ କମ୍‌ ସମୟ ଭିତରେ ବିଶ୍ୱର ଅଗ୍ରଣୀ ପ୍ରଯୁକ୍ତି କ୍ଷେତ୍ର ନିବେଶକଙ୍କ ଠାରୁ ଜିଓ ପ୍ଲାଟଫର୍ମସ୍‌ ଏବେ ୬୦,୫୯୬.୩୭ କୋଟି ଟଙ୍କାର ପୁଞ୍ଜି ହାସଲ କରିପାରିଛି ।

U.S.-based Vista Equity Partners picks 2.32% stake in Jio ...
The Hindu

ଜିଓ ପ୍ଲାଟଫର୍ମସ୍‌ ହେଉଛି ରିଲାଏନ୍‌ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡର ଏକ ସମ୍ପୂର୍ଣ୍ଣ ଅଧିକୃତ ସହଯୋଗୀ ସଂସ୍ଥା ଓ ଏକ ପରବର୍ତ୍ତୀ ପିିଢ଼ିର ପ୍ରଯୁକ୍ତି କଂପାନି ଯାହା ଜିଓର ଅଗ୍ରଣୀ ଡିଜିଟାଲ୍‌ ଆପ୍‌, ଡିଜିଟାଲ୍‌ ବ୍ୟବସ୍ଥା ବା ଇକୋସିଷ୍ଟମ୍‌ ଏବଂ ଭାରତର ଏକ ନମ୍ବର ହାଇସ୍ପିଡ୍‌ ଯୋଗାଯୋଗ ପ୍ଲାଟଫର୍ମକୁ ଗୋଟିଏ ଛାତ ତଳକୁ ଆଣି ଭାରତ ପାଇଁ ଅନନ୍ୟ ଡିଜିଟାଲ୍‌ ସମାଜ ଗଠନ କରୁଛି । ଯୋଗାଯୋଗ ସେବା ପ୍ରଦାନ କରୁଥିବା ରିଲାଏନ୍‌ସ ଜିଓ ଇନଫୋକମ୍‌ ଲିମିଟେଡର ୩୩୮ ନିୟୁତରୁ ଅଧିକ ମୋବାଇଲ୍‌ ଗ୍ରାହକ ଅଛନ୍ତି ଏବଂ ଏହା ଜିଓ ପ୍ଲାଟଫର୍ମସ୍ର ସମ୍ପୂର୍ଣ୍ଣ ଅଧିକୃତ ସହଯୋଗୀ ସଂସ୍ଥା ହୋଇରହିଛି ।

ଭିଷ୍ଟା ଇକ୍ୱିଟି ପାର୍ଟନର୍ସ ହେଉଛି ବିଶ୍ୱର ଏକ ଅଗ୍ରଣୀ ନିବେଶକାରୀ ସଂସ୍ଥା ଯାହା ଏଣ୍ଟରପ୍ରାଇଜ୍‌ ସଫ୍‌ଟୱେର୍‌, ଡାଟା ଏବଂ ପ୍ରଯୁକ୍ତି ଭିତ୍ତିକ କମ୍ପାନିଗୁଡ଼ିକୁ ଆଗକୁ ବଢ଼ାଇବା ଏବଂ ସଶକ୍ତ କରିବା ଉପରେ ଗୁରୁତ୍ୱ ଦେଉଛି। ଯେଉଁ କଂପାନିଗୁଡ଼ିକ ଶିଳ୍ପକୁ ଏକ ନୂତନ ମାର୍ଗ ପ୍ରଦାନ କରିବା ସହିତ ବୈପ୍ଳବିକ ପରିବର୍ତ୍ତନକୁ ତ୍ୱରାନ୍ଵିତ କରୁଛନ୍ତି । ଭିଷ୍ଟାର ମୋଟ ୫୭ ବିଲିଅନ ଡଲାରରୁ ଅଧିକ ପୁଞ୍ଜିନିବେଶ ପ୍ରତିବଦ୍ଧତା ରହିଛି ଏବଂ ସାରା ବିଶ୍ୱରେ ଏହା ନିବେଶ କରିଥିବା କଂପାନିଗୁଡ଼ିକର ବିଶ୍ୱସ୍ତରୀୟ ନେଟୱର୍କ ସାମଗ୍ରିକ ଭାବେ ଦୁନିଆର ପଞ୍ଚମ ବୃହତମ ସଂସ୍ଥାଗତ ସଫ୍‌ଟଓୟାର କଂପାନି ଉପସ୍ଥାପିତ କରୁଛି ।

ସମ୍ବନ୍ଧିତ ଖବର