ମହିଳା ଦିବସରେ ବିସ୍ତାରା ଏୟାର୍‌ ଲାଇନ୍‌ର ବଡ଼ ପଦକ୍ଷେପ: ଏଣିକି ଉଡ଼ନ୍ତା ବିମାନ ମଧ୍ୟରେ ମହିଳାଙ୍କ ପାଇଁ ମାଗଣା ସାନିଟାରି ନାପ୍‌କିନ୍‌

ନୂଆଦିଲ୍ଲୀ: ଭିସ୍ତାରା ଏୟାର୍‌ଲାଇନ୍‌ ପକ୍ଷରୁ ଏକ ଅଭିନବ ପଦକ୍ଷେପ ନିଆଯାଇଛି। ଏଣିକି ବିମାନ ମଧ୍ୟରେ ମହିଳା ଯାତ୍ରୀଙ୍କୁ ସାନିଟାରି ନାପ୍‌କିନ୍‌ ଯୋଗାଇ ଦିଆଯିବ ବୋଲି ଏୟାର୍‌ଲାଇନ୍‌ ପକ୍ଷରୁ ନିଷ୍ପତ୍ତି ହୋଇଛି। ମାର୍ଚ ୮ରେ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆଜିଠାରୁ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ସୂଚନା ରହିଛି। ବିମାନ ମଧ୍ୟରେ ସାନିଟାରି ନାପ୍‌କିନ ପ୍ରଦାନ କରିବାରେ ବିସ୍ତାରା ହେଉଛି ପ୍ରଥମ ଭାରତୀୟ ବିମାନ।

ଯାତ୍ରୀମାନଙ୍କ ଭିତରେ ସଚେତନତା ସୃଷ୍ଟି କରିବା ସକାଶେ ଆଜିଠାରୁ କ୍ୟାବିନ୍‌ କ୍ରିୟୁ ସଦସ୍ୟମାନେ ବିମାନ ମଧ୍ୟରେ ଏ ସଂପର୍କରେ ଘୋଷଣା କରିବେ। ଘୋଷଣା କରାଯିବ ଯେ ଏଣିକି ବିମାନ ମଧ୍ୟରେ ମାଗଣାରେ ସାନିଟାରି ନାପକିନ୍‌ ମିଳୁଛି। ଯାତ୍ରୀମାନେ ଚାହିଁଲେ କ୍ରିୟୁ ସଦସ୍ୟଙ୍କୁ ଯୋଗାଯୋଗ କରି ନାପ୍‌କିନ୍‌ ନେଇ ପାରିବେ।

ଏକ ଛୋଟ ପଦକ୍ଷେପରୁ କଥାରୁ ବଡ଼ ସମସ୍ୟାର ସମାଧାନ କରିବା ଉଦେଶ୍ୟରେ ବିସ୍ତାରା ଏପରି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଫଳରେ ବିମାନ ମଧ୍ୟରେ ମହିଳାମାନେ ଆଉ ସେପରି ବଡ଼ ଧରଣର ହୀନସ୍ତା ହେବେ ନାହିଁ।

ସମ୍ବନ୍ଧିତ ଖବର