ଆଜି ଲଞ୍ଚ ହେବ ଭିଭୋ ଏସ-୧

ନୂଆଦିଲ୍ଲୀ: ଚୀନର ଫୋନ ନିର୍ମାତା ଭିଭୋ ଆଜି ଭାରତୀୟ ବଜାରରେ ଭିଭୋ ଏସ-୧କୁ ଲଞ୍ଚ କରାଯିବ କମ୍ପାନୀର ବ୍ରାଣ୍ଡ ଆମ୍ବାସଡର ସାରା ଅଲି ଖାନ ହୋଇଥିବାବେଳେ ଏହା ପୂର୍ବରୁ ଏହି ଫୋନ ଚୀନ ଓ ଥାଇଲାଣ୍ଡରେ ଲଞ୍ଚ ହୋଇସାରିଛି | ଅନ୍ତର୍ଜାତୀୟ ମୂଲ୍ୟକୁ ବିଚାରକୁ ନେଲେ ଏହି ସ୍ମାର୍ଟଫୋନର ମୂଲ୍ୟ ୧୮ ହଜାର ଟଙ୍କାରୁ ୨୦ ହଜାର ଟଙ୍କା ମଧ୍ୟରେ ହେବ | ଏହି ଫୋନରେ ଟ୍ରିପଲ ରିୟର କ୍ୟାମେରା ଦିଆଯାଇଛି | ଫୋନରେ ୧୬ ଏମପି-୮ଏମପି-୨ଏମପି କ୍ୟାମେରା ରହିବ |

ସେହିପରି ସେଲ୍ଫି କ୍ୟାମେରା ୩୨ ମେଗାପିକ୍ସେଲ ରହିବ | ଏହି ଫୋନରେ ଫନଟଚ ଓଏଏସ ୯ ଅପରେଟିଙ୍ଗ ସିଷ୍ଟମରେ କାମ କରିବାକୁ ଥିବାବେଳେ ଆଣ୍ଡ୍ରଏଡ଼ ୯.୦ ପାଇ ଉପରେ ଆଧାରିତ ହେବ | ଏହି ଫୋନରେ ୪ ଜିବି ରାମ ସହ ୧୨୮ ଜିବିର ଇଣ୍ଟରନାଲ ମେମୋରୀ ରହିଛି | ଭିଭୋ ଏସ-୧ରେ ୪୫୦୦ର ବ୍ୟାଟେରୀ କ୍ଷମତା ସହ ୬.୩୮ ଇଞ୍ଚର ଡ଼ିସପ୍ଲେ ମଧ୍ୟ ରହିବ | ଏଠାରେ ସୂଚନା ଥାଉ କି ଆସନ୍ତା ଅଗଷ୍ଟ ୨୦ ତାରିଖରେ ଭାରତରେ ସାମସଙ୍ଗ ଗାଲାକ୍ସି ନୋଟ ୧୦ ଫୋନକୁ ଲଞ୍ଚ କରାଯିବ | ଭାରତରେ ଏହି ଫୋନ ଆସନ୍ତା ୨୨ ବା ୨୩ ଅଗଷ୍ଟରୁ ବିକ୍ରି ହେବ |

ସମ୍ବନ୍ଧିତ ଖବର