ଆପଣ ନିଜ ଫେସ୍‌ବୁକ୍‌ ଆକାଉଣ୍ଟ୍‌କୁ ସୁରକ୍ଷିତ ରଖିବାକୁ ଚାହାନ୍ତି କି? ଆପଣାନ୍ତୁ ଏହି ସବୁ ଉପାୟ

ନୂଆଦିଲ୍ଲୀ: ଆଜିକାଲି ପ୍ରାୟ ସମସ୍ତଙ୍କର ଫେସ୍‌ବୁକ୍‌ରେ ଆକାଉଣ୍ଟ୍‌ ନିଶ୍ଚୟ ରହିଛି। ଫେସ୍‌ବୁକ୍‌ ଜଣଙ୍କୁ ଅନ୍ୟ ଜଣଙ୍କ ସହ ଯୋଡ଼ିବାର ଭଲ ପ୍ରୟାସଟେ କରେ ଯଦିଓ, ଏହାର ଗୁଡ଼ାଏ ମନ୍ଦ ପକ୍ଷ ବି ରହିଛି। ଏଥିରେ ସାଇବର୍‌ ଅପରାଧର ଶିକାର ହେବାର ବିଶେଷ ସମ୍ଭାବନା ଥାଏ। ତେଣୁ ଆପଣ ଚାହିଁଲେ ନିଜ ଆକାଉଣ୍ଟ୍‌କୁ ସୁରକ୍ଷିତ ରଖିପାରିବେ। ଚାଲନ୍ତୁ ଜାଣିବା, ଆକାଉଣ୍ଟ୍‌କୁ ସୁରକ୍ଷିତ ରଖିବା କିପରି?

: ଆପଣଙ୍କ ଆକାଉଣ୍ଟ୍‌ର ସେଟିଂକୁ ଯାଇ ‘ଟୁ ଫ୍ୟାକ୍ଟର ଅଥେନ୍‌ଟିକେସନ୍‌’ ଅନ୍‌ କରିଦିଅନ୍ତୁ। ଏହା ସହିତ ‘ଅନ୍‌‌ ରେକକ୍‌ନାଇଜିଂ ଲଗିନ୍‌ ଆଲର୍ଟ’କୁ ବି ଅନ୍‌ କରନ୍ତୁ। ଫଳରେ ଆଉ କେହି ଆପଣଙ୍କ ଆକାଉଣ୍ଟ୍‌କୁ ଖୋଲିବାକୁ ଚେଷ୍ଟା କଲେ ଆପଣଙ୍କୁ ନୋଟିଫିକେସନ୍‌ ମିଳିଯିବ।

: ନିଜର ପ୍ରୋଫାଇଲ୍‌କୁ ଲକ୍‌ କରି ଦିଅନ୍ତୁ। ଯାହା ଫଳରେ ଆପଣଙ୍କ ବନ୍ଧୁ ତାଲିକାରେ ନଥିବା ଲୋକେ ଆପଣଙ୍କର କୌଣସି ପୋଷ୍ଟ୍‌କୁ ଦେଖିପାରିବେ ନାହିଁ। ଏପରିକି ଆପଣଙ୍କ ବନ୍ଧୁଙ୍କ ବନ୍ଧୁ ମଧ୍ୟ ଆପଣଙ୍କ ପ୍ରୋଫାଇଲ୍‌ ଦେଖିପାରିବେ ନାହିଁ।

: ଆପଣଙ୍କ ପ୍ରୋଫାଇଲ୍‌କୁ କିଏ ଦେଖିପାରିବେ ତାହାକୁ ଆପଣ ନିଜେ ଚୟନ କରନ୍ତୁ। ଏଭ୍ରିୱାନ୍‌, ଜଷ୍ଟ୍‌ ଇୟୋର୍‌‌ ଫ୍ରେଣ୍ଡ୍‌ କିମ୍ବା କଷ୍ଟମାଇଜ୍‌ଡ ଅଡିଏନ୍ସ ଚୟନ କରି ଆପଣଙ୍କର ଯାହା ଆବଶ୍ୟକ ସେହି ଅନୁସାରେ ସୁବିଧାର ଲାଭ ଉଠାନ୍ତୁ।

: ଆପଣ ନିଜ ଟାଇମ୍‌ଲାଇନ୍‌ରେ କ’ଣ ଦେଖିବେ ତାହାକୁ ଚୟନ କରନ୍ତୁ। ଆପଣ ‘ଟାଇମ୍‌ ଲାଇନ୍‌ ରିଭ୍ୟୁ’ ଫିଚର୍‌କୁ ଯାଇ ଏହାର ସେଟିଂ କରିପାରିବେ।

: ‘ମ୍ୟାନେଜ୍‌ ଆକ୍ଟିଭିଟି’କୁ ଯାଇ ଆପଣ ନିଜର ପୁୁରୁଣା ପୋଷ୍ଟ୍‌କୁ ଆର୍‌କାଇଭ୍‌ କିମ୍ବା ଡିଲିଟ୍‌ କରିପାରିବେ।

ସମ୍ବନ୍ଧିତ ଖବର