ବଜେଟ୍ : କ’ଣ ଶସ୍ତା, କ’ଣ ମହଙ୍ଗା ହେବ ?

ନୂଆଦିଲ୍ଲୀ : ନୂଆ ବଜେଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ଆୟକର ଛାଡ଼ସୀମା ବୃଦ୍ଧି କରି ମଧ୍ୟବିତ୍ତ ଶ୍ରେଣୀଙ୍କୁ ଖୁସି କରିବାକୁ ଚେଷ୍ଟା କରିଛନ୍ତି । ଏହାଛଡ଼ା ସେ କେତେକ ସାମଗ୍ରୀ ଉପରେ ଟିକସ ହ୍ରାସ କରିଛନ୍ତି । ଫଳରେ ସେସବୁ ସାମଗ୍ରୀ ଶସ୍ତା ହେବ । ଆଉ କେତେକ ସାମଗ୍ରୀ ଉପରେ ଟିକସ ବୃଦ୍ଧି କରାଯାଇଛି, ଫଳରେ ସେସବୁ ସାମଗ୍ରୀ ମହଙ୍ଗା ହେବ ।

 

ଏସବୁ ଶସ୍ତା ହେବ

  • କିଛି ମୋବାଇଲ୍ ପାର୍ଟସ (ଯନ୍ତ୍ରାଂଶ) ଉପରେ ସୀମା ଶୁଳ୍କ ରିହାତି
  • ଇଲେକ୍ଟ୍ରିକ୍ କାରଗୁଡିକ ମଧ୍ୟ ଶସ୍ତା ହେବ । ଲିଥିୟମ୍-ଆୟନ ବ୍ୟାଟେରୀ ଆମଦାନୀ ଉପରେ ସୀମା ଶୁଳ୍କ ଛାଡ କରାଯାଇଛି ।
  • ଏଲଇଡି ଟିଭି ଶସ୍ତା ହେବ। ଆମଦାନୀ ଶୁଳ୍କ ହ୍ରାସ କରାଯିବ। ବୈଦ୍ୟୁତିକ ସାମଗ୍ରୀ ମଧ୍ୟ ଶସ୍ତା ହେବ । ଟେଲିଭିଜନ ଖୋଲା ବିକ୍ରୟ ଉପାଦାନଉପରେ ସୀମା ଶୁଳ୍କ ୨.୫ ପ୍ରତିଶତକୁ ହ୍ରାସ କରାଯାଇଛି ।
  • ଲ୍ୟାବନିର୍ମିତ ହୀରା ଉପରେ କଷ୍ଟମ୍ ଡ୍ୟୁଟି ଛାଡ ।
  • ରବର ଉପରେ ଟିକସ ହ୍ରାସ କରାଯାଇଛି । ଫଳରେ ଟାୟାର ଶସ୍ତା ହେବ ।
  • ଖେଳନା, ସାଇକେଲ, ଅଟୋମୋବାଇଲ୍ ଶସ୍ତା ହେବ ।

ଏସବୁ ମହଙ୍ଗା  ହେବ

  • ସୁନା ଓ ରୂପା ଉପରେ ସୀମା ଶୁଳ୍କ ବୃଦ୍ଧି କରାଯାଇଛି। ଏହାର ଅର୍ଥ ହେଉଛି ରୂପା,ସୁନା କିଛି ମାତ୍ରାରେ ମହଙ୍ଗା ହେବ । ଅର୍ଥାତ୍ ସୁନା, ରୂପା ଏବଂ ହୀରା ମହଙ୍ଗା ହେବ ।
ସମ୍ବନ୍ଧିତ ଖବର