ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆଜି ଜେଟ୍‌ ଏୟାର୍‌ୱେଜ୍‌ର ୪ ବିମାନ ସଂଚାଳନ କରିବେ କେବଳ ମହିଳା କର୍ମଚାରୀ

ମୁମ୍ବାଇ: ଶୁକ୍ରବାର ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଜେଟ୍‌ ଏୟାର୍‌ୱେଜ୍‌  ଆଜି ପାଇଁ ସମସ୍ତ ମହିଳା ସଦସ୍ୟାଙ୍କୁ ବିମାନ ପରିଚାଳନା କାର୍ଯ୍ୟରେ ନିୟୋଜିତ କରିଛି। କମ୍ପାନି ତା’ର ଚାରୋଟି ଘରୋଇ ବିମାନର କକ୍‌ପିଟ୍‌ ଓ କେବିନ୍‌ କ୍ରିୟୁ ସଦସ୍ୟ ଭାବେ ମହିଳାଙ୍କୁ ନିୟୋଜିତ କରିଛି।

ଜେଟ୍‌ ଏୟାର୍‌ୱେଜ୍‌ ମୁମ୍ବାଇରୁ ଦିଲ୍ଳୀ ଯାଉଥିବା ଦୁଇଟି ବିମାନ, ଦିଲ୍ଲୀରୁ ମୁମ୍ବାଇ ଯାଉଥିବା ଗୋଟିଏ ଓ ମୁମ୍ବାଇରୁ ବେଙ୍ଗାଲୁର ଯାଉଥିବା ଗୋଟିଏ ବିମାନରେ  ମହିଳା କର୍ମଚାରୀ ଦେଖିବାକୁ ମିଳିବେ। ପରେ ସୁବିଧା ଦେଖି ଇଞ୍ଜିନିୟରିଂ, ଗ୍ରାଉଣ୍ଡ୍‌ ହ୍ୟାଣ୍ଡଲିଂ, ଗ୍ରାଉଣ୍ଡ୍‌ ସର୍ଭିସ, ସିକ୍ୟୁରିଟି ଏବଂ କ୍ୟାବିନ୍‌ ଆପିୟରାନ୍ସ ସୁପରଭାଇଜର୍‌ ଆଦି କ୍ଷେତ୍ରରେ ବି ମହିଳାଙ୍କୁ ନିୟୋଜିତ କରାଯିବାର ଯୋଜନା ରହିଛି।

ମହିଳା ଏୟାର୍‌କ୍ରାଫ୍ଟ ଇଞ୍ଜିନିୟର୍‌, ଟେକ୍‌ନିସିଆନ୍‌, ଫ୍ଲାଇଟ୍‌  ଡେସ୍‌ପାଚରର ଷ୍ଟାଫ୍‌ମାନେ ବୈଷୟିକ ସେବା ଯୋଗାଇବା ବେଳେ ଅଣ-ବୈଷୟିକ ସେବା ଯୋଗାଇବେ ଡ୍ୟୁଟି ମ୍ୟାନେଜର୍‌, କାଉଣ୍ଟର୍‌ ଷ୍ଟାଫ୍‌ ଓ ସୁରକ୍ଷା ଅଧିକାରୀ।

ଆଜି ଦିନରେ ବିମାନରେ ଯାତ୍ରା କରୁଥିବ ମହିଳା ଯାତ୍ରୀମାନଙ୍କୁ ଜେଟ୍‌ ଏୟାର୍‌ୱେଜ୍‌ ବ୍ୟାଗ୍‌, ପ୍ରସାଧନ ସାମଗ୍ରୀ, ଜିନ୍ସ ଆଦି ସର୍‌ପ୍ରାଇଜ୍‌ ଉପହାର ଦେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର