ଯଶୋଦା ହସ୍ପିଟାଲ୍‌ରେ ୩ଟି ଆଇଏମ୍‌ଆର୍‌ଆଇ ମେସିନ୍‌

ଭୁବନେଶ୍ୱର: ହାଇଦ୍ରାବାଦର ଯଶୋଦା ହସ୍ପିଟାଲ୍‌ରେ ଭାରତର ପ୍ରଥମ ଅତ୍ୟାଧୁନିକ ୩ଟି ଆଇଏମ୍‌ଆର୍‌ଆଇ ମେସିନ୍‌ ସ୍ଥାପନ କରାଯାଇଛି। ଏହା ଜରିଆରେ ବ୍ରେନ୍‌ ଟ୍ୟୁମର୍‌ର ଅସ୍ତ୍ରୋପଚାର ଅତ୍ୟନ୍ତ ସଠିକ୍‌ ଓ ସହଜରେ ହୋଇପାରୁଛି। ଏହି ସ୍ଥାପନ ହେବାର ଦୁଇ ମାସ ଭିତରେ ହସ୍ପିଟାଲ୍‌ ପକ୍ଷରୁ ସଫଳତାର ସହିତ ୨୦୦ ଅସ୍ତ୍ରୋପଚାର କରାଯାଇଛି ବୋଲି ଏହାର ନିର୍ଦେଶକ ଡକ୍ଟର ପଓ୍ଵନ ଗୁରୁକାନ୍ତି କହିଛନ୍ତି। ଆଇଏମ୍‌ଆର୍‌ଆଇ ମେସିନ୍‌ର ବଡ଼ ସୁବିଧା ହେଉଛି ଅସ୍ତ୍ରୋପଚାର ସମୟରେ ଏହାକୁ ବ୍ୟବହାର କରାଯାଇପାରୁଛି। ଜଟିଳ ଅସ୍ତ୍ରୋପଚାର ସମୟରେ ଏହା ବିଶେଷ ସହାୟକ ହୋଇପାରୁଛି ବୋଲି ହସ୍ପିଟାଲ୍‌ର ନ୍ୟୁରୋ ସର୍ଜନ ଡକ୍ଟର ଆନନ୍ଦ ବାଲସୁବ୍ରମଣିଅମ୍‌ ଓ ଡକ୍ଟର ଜି ଭେନୁଗୋପାଳ କହିଛନ୍ତି।

ସମ୍ବନ୍ଧିତ ଖବର