ଗୁଳିମାଡ଼ ମାମଲା: ସିସିଟିଭି ଅଚଳ, ଅନ୍ଧାରରେ ପୁଲିସ

ଭୁବନେଶ୍ବର/ବାରଙ୍ଗ: ଭୁବନେଶ୍ବର ଉପକଣ୍ଠ ଚନ୍ଦକା ଥାନା ଅଞ୍ଚଳରେ ଥିବା ଜଙ୍ଗଲଭ୍ୟୁ ରେସ୍ତୋରାଁ ଗୁଳିକାଣ୍ଡ ଘଟଣାକୁ ୨୪ ଘଣ୍ଟା ପୂରିଗଲାଣି। ହେଲେ ପୁଲିସ ହାତ ଖାଲି। ଅଭିଯୁକ୍ତଙ୍କ ପାଖରେ ଅଦ୍ୟାବଧି ପୁଲିସ ପହଞ୍ଚି ପାରିନି କି ସେମାନଙ୍କର ଟେର୍‌ ପାଉନାହିଁ। ସିସିଟିଭି ଫୁଟେଜ୍‌ ସଂଗ୍ରହ ପାଇଁ ପୁଲିସ ଆଣିଥିବା ହାର୍ଡଡିସ୍କରେ ଏହି ଗୁଳିକାଣ୍ଡ ଘଟଣାର କୌଣସି ତଥ୍ୟ ପ୍ରମାଣ ନାହିଁ। ରେସ୍ତୋରାଁରେ ଲାଗିଥିବା ସିସିଟିଭି ପୂର୍ବଦିନ ହୋଇଥିବା ଝଡ଼ ତୋଫାନରେ ଖରାପ ହୋଇଯାଇଥିଲା। ସେଠାରୁ ପ୍ରମାଣ ମିଳି ପାରି ନ ଥିବାରୁ ପୁଲିସ ପାଇଁ ଅଡ଼ୁଆ ବଢ଼ିଛି। ଅନ୍ୟପଟେ ଆହତ ଛାତ୍ରଙ୍କ ଅବସ୍ଥା ସୁଧୁରି ଥିଲେ ମଧ୍ୟ ଦୀର୍ଘ ଏକ ମାସ କାଳ ତାଙ୍କର ଚିକିତ୍ସା ଦରକାର ବୋଲି ଡାକ୍ତର କହିଛନ୍ତି। ଏହି ଗୁଳିକାଣ୍ଡ ପରେ ସମଗ୍ର ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଛି। କଥାକଥାକେ ଗୁଳି ଫୁଟୁ ଥିବାରୁ ବ୍ୟବସାୟୀମାନେ ଭୟଭୀତ ବି ହୋଇପଡ଼ିଛନ୍ତି। ଏହି ଅଞ୍ଚଳରେ ପୁଲିସର ପାଟ୍ରୋଲିଂ ବଢ଼ାଇ ଦିଆଯାଇଥିଲେ ମଧ୍ୟ ଅପରାଧୀ ଧରା ପଡ଼ି ନ ଥିବାରୁ ଧାର୍ଯ୍ୟ ସମୟ ପର୍ଯ୍ୟନ୍ତ ବ୍ୟବସାୟ ପ୍ରତିଷ୍ଠାନ ଖୋଲିବାକୁ ଡରୁଛନ୍ତି।

ସମ୍ବନ୍ଧିତ ଖବର