ବ୍ରାଉନସୁଗାର ଜବତ, ଜଣେ ଗିରଫ

ଭୁବନେଶ୍ବର: ନିଶା ବେପାରୀଙ୍କୁ ତଡ଼ିପାର୍‌ କରିବା ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ଚାଲିଥିବା ସ୍ବତନ୍ତ୍ର ଅଭିଯାନରେ ଆଜି ମଞ୍ଚେଶ୍ବର ଥାନା ପୁଲିସ ଜଣେ ବେପାରୀକୁ ଗିରଫ କରିଛି। ସେ ହେଉଛି ସମେଇଗାଡ଼ିଆରେ ରହୁଥିବା ଢେଙ୍କାନାଳ ନିହାଲ ପ୍ରସାଦର ତପନ ଷଡ଼ଙ୍ଗୀ। ତା’ ଠାରୁ ୮.୩ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ କରାଯାଇଛି। ଜବତ ବ୍ରାଉନସୁଗାରର ମୂଲ୍ୟ ୮୦ ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ସମେଇଗାଡ଼ିଆ ଅଞ୍ଚଳରେ ସେ ଦୀର୍ଘ ଦିନ ହେବ ବ୍ରାଉନସୁଗାର ବିକ୍ରି କରୁଥିବା ଖବର ପାଇ ପୁଲିସ ଜାଲ ବିଛାଇଥିଲା। ଗ୍ରାହକ ହୋଇ ଯାଇଥିବା ପୁଲିସ ଅଧିକାରୀ ତାକୁ ଘଟଣାସ୍ଥଳରେ ଗିରଫ କରିଥିଲେ। ଅପରାହ୍‌ଣରେ ତାକୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର