ପୁଲିସ ଅଧିକାରୀଙ୍କୁ ମାଗଣାରେ ପରିବା ନ ଦେବାରୁ ୩ମାସ ଧରି ଜେଲ୍‌ରେ ବନ୍ଦୀ ଅଛି ୧୪ବର୍ଷିୟ ନାବାଳକ

ପାଟନା : ସ୍ଥାନୀୟ ପୁଲିସ ଅଧିକାରୀଙ୍କୁ ମାଗଣାରେ ପରିବା ନ ଦେବା ନାବଳକକୁ ପଡ଼ିଛି ମହଙ୍ଗା । ମାଗଣାରେ ପରିବା ନ ଦେଇ ୩ମାସ ହେଲା ଜେଲରେ ବନ୍ଦୀ ହୋଇ ରହିଛି ଜଣେ ନାବାଳକ । ପୀଡ଼ିତଙ୍କ ବାପା ପୁଲିସ କର୍ମଚାରୀଙ୍କ ଉପରେ ଅଭିଯୋଗ ଆଣି ଆଧାର କାର୍ଡ଼ ଦେଖାଇ ତାଙ୍କ ପୁଅକୁ ୧୪ବର୍ଷ ବୋଲି କହିଛନ୍ତି ।

Justdial

କିନ୍ତୁ ପୀଡ଼ିତଙ୍କ ବାପା କରିଥିବା ଅଭିଯୋଗକୁ ମିଛ ବୋଲି କହିଛନ୍ତି ପୁଲିସ ଅଧିକାରୀ । ପୀଡ଼ିତଙ୍କୁ ୧୮ବର୍ଷ ହୋଇଥିବା ବେଳେ ତାଙ୍କୁ ବାଇକ୍‌ ଚୋରି ଗ୍ୟାଙ୍ଗ ସହ ଧରା ଯାଇଥିଲା ବୋଲି ପୁଲିସ କର୍ମଚାରୀ କହିଛନ୍ତି । ଏହି ଖବରଟି ଆଞ୍ଚଳିକ ଖବର କାଗଜରେ ପ୍ରକାଶ ପାଇବା ପରେ ଏ ନେଇ ତଦନ୍ତ କରିବାକୁ ଆଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ତଦନ୍ତ କରି ୪୮ଘଣ୍ଟା ମଧ୍ୟରେ ରିପୋର୍ଟ ଦେବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଅନ୍ୟ ପକ୍ଷରେ ଏ ନେଇ ଖବର ପ୍ରକାଶ ପାଇବାରେ ଚାରିଆଡ଼େ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି ।

ସମ୍ବନ୍ଧିତ ଖବର